Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସି ମେମ୍ବର ଙ୍କୁ ପୁନଃ ଥଇଥାନ କରିବା ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ଜମନକିରା : ଜମନକିରା ବ୍ଲକ ଅଧିନସ୍ଥ ୨୧ ପଞ୍ଚାୟତ ମଧ୍ୟରୁ କେବଳ ୫ ଟି ପଞ୍ଚାୟତର ଇସି ମେମ୍ବର ପରିବର୍ତ୍ତନ କରାଯାଇଥିବା ଯୋଗୁଁ ଆଜି ୫ଟି ପଞ୍ଚାୟତର ଇସି ମେମ୍ବର ମାନେ ବିଡ଼ିଓ ସୁଶ୍ରୀ ରୀନା ନାଏକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଡ଼ିଓ ସୁଶ୍ରୀ ନାଏକ ତଦନ୍ତ କରି ଜିଲ୍ଲା ପ୍ରୋଗ୍ରାମ ଅଧିକାରୀଙ୍କୁ ଏ ସମସ୍ୟା ସମ୍ପର୍କରେ ଜଣେଇବେ ବୋଲି କହିଥିଲେ।
ସୂଚନା ଯୋଗ୍ୟ ଯେ, ଏହି ବ୍ଲକ ଅନ୍ତର୍ଗତ କଟଙ୍ଗପାଣି, ବଡ଼ମାଳ, ମହଦା, କେନାଢ଼ିପା ଏବଂ ଭୋଜପୁର ପଞ୍ଚାୟତ ଆଦି ପଞ୍ଚାୟତ ଗୁଡିକରେ କିଛି ଦିନ ପୂର୍ବରୁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଇସି ମେମ୍ବର ପରିବର୍ତ୍ତନ ପାଇଁ ଜିଲ୍ଲା ରୁ ସମସ୍ତ ପଞ୍ଚାୟତ କୁ ଚିଠି କରାଯାଇଥିଲା। ସେହି କ୍ରମରେ ଉକ୍ତ ୫ ଟି ପଞ୍ଚାୟତ ରେ ଇସି ପରିବର୍ତ୍ତନ କରାଯାଇ ନୂତନ ଇସି ମେମ୍ବର ଗଠନ କରାଯାଇଥିଲା। ମାତ୍ର ଏହି ପୁନର୍ଗଠନ ସଠିକ୍ ନୀତି ନିୟମ ଅନୁଯାୟୀ ହୋଇ ନଥିବା ନେଇ ୫ ଟି ପଞ୍ଚାୟତରେ ଆଜି ପୂର୍ବ ଇସି ମେମ୍ବର ମାନେ ବିଡ଼ିଓ ଙ୍କୁ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ