Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ରେଡକ୍ରସ୍ ପକ୍ଷରୁ ଇଣ୍ଡକ୍ସନ୍ ପ୍ରଶିକ୍ଷଣ ଶିବିର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୋନପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ସୋନପୁରର ଯୁବ ରଡ଼୍ କ୍ରସ୍ ତରଫରୁ ପ୍ରୋଗ୍ରାମ ଅଫିସର ପୂର୍ଣ୍ଣିମା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏବଂ ଅଧ୍ଯକ୍ଷା ରୀଚାରାଣୀ ପୂଜାରୀଙ୍କ ପୌରୋହିତାରେ Induction Training Programme ଅନୁଷ୍ଠିତ ହୋଇଅଛି। ବୈଶ୍ୟ ମାନବର ସେବା ପାଇଁ ଯୁବ ରେଡ଼୍‌କ୍ରସ ଏକ ବିଶାଳ ସୁଯୋଗ ବୋଲି ମୁଖ୍ୟ ଅତିଥ୍‌ ଶ୍ରୀ ଉମାକାନ୍ତ ନାଗ, ଓ୍ବାଇ.ଆର୍.ଏସ୍. ଜିଲ୍ଲା ସମ୍ପାଦକ କହିଥୁବା ବେଳେ ଛାତ୍ରି କାଜଲ କୁଶଳ ରେଡ଼୍ କ୍ରସ୍ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ସୋବ କରିବାର ବଳିଷ୍ଠ ମାଧ୍ୟମ ବୋଲି ଦୃଢୋକ୍ତି ଦେଇଥିଲେ । ଛାତ୍ରୀ ଭକ୍ତିରାଣୀ ବଣିଆ ସେବା କେବଳ ଗୃହପାଳିତ ପଶୁ ତଥା ପକ୍ଷୀମାନଙ୍କର ମଧ୍ୟ କରାଯାଇପାରେ । ଅଧ୍ୟାପିକା ସଞ୍ଜୁ ସିଂ, କ୍ଷିରୋଦ୍ ମେହେର, ମିତା ବାରିକ ଓ ପ୍ରବାସିନୀ ରଥ ଉପସ୍ଥିତ ଥିଲେ । ଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଛାତ୍ରୀ ନିକିତା ଦାଶ ଓ ଧନ୍ୟବାଦ ଅର୍ପଣ କରିଥିଲେ ମିସ୍ ଫ୍ରେସର ୨୦୨୪ ସ୍ନେହାରାଣୀ ଦାଶ। ଆବାହନୀ ସଙ୍ଗୀତ ଗା କରିଥିଲେ ଛାତ୍ରୀ ଜ୍ୟୋର୍ତିମୟୀ ସାହୁ (ମିସ୍ ଦିଭା) ଓ ଛାତ୍ରୀ ଦିବ୍ୟାଶ୍ରୀ ବେହେରା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ