Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିନ୍ତାମଣି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଳାକାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୦୬/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର କଳା ର ଏନ୍ତୁଡ଼ିଶାଳ ହେଉଛି ଗମ୍ଭାରୀଗୁଡା ଗାଁ, ଓ ଏହି ଗ୍ରାମ ରେ ଜନ୍ମିତ ମାଟି ର ପୁଅ ଚିନ୍ତାମଣି ପଟେଲ ଜଣେ ସୁନାମଧନ୍ୟ ନାଟ୍ୟଗୁରୁ ଓ ଲୋକ କଳାକାର ଭାବେ ରାଜ୍ୟରେ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ନେତୃତ୍ୱରେ କୋକସରା ବ୍ଲକ ରେ କଳା ଓ ଲୋକ କଳାକାର ଙ୍କ ଠାରେ ଥିବା ଅନ୍ତର୍ନିହିତ କଳା ର ବିକାଶ ପାଇଁ ତାଙ୍କ ପ୍ରଚେଷ୍ଟାରେ ଗଢି ଉଠିଛି ଚିନ୍ତାମଣି ସାଂସ୍କୃତିକ ଅନୁଷ୍ଠାନ।ରବିବାର ଚିନ୍ତାମଣି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଳାକାର ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗମ୍ଭାରୀଗୁଡା ମଣ୍ଡି ରେ ଅନୁଷ୍ଠିତ ହୋଇଥିଲା। ଲଛମନ ନାୟକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ମଙ୍ଗଲୁ ଚରଣ ଭାଟି, ପ୍ରୋଗ୍ରାମ କୋଡ଼ିନେଟର ଧନୁ ଦୁର୍ଗା, ଘଟ ଠେଲା, କୋକସରା ମଣ୍ଡଳ ସମ୍ପାଦକ ବିଜେପି ତ୍ରିନାଥ ଶବର, ବିଜେପି ମେକ ଇନ ଇଣ୍ଡିଆ ଯୁବ ପ୍ରଭାରୀ ହିମାଂଶୁ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳ ରେ କଳା ବଞ୍ଚିଲେ ହିଁ କଳାକାର ବଞ୍ଚିବେ ଓ ଆମର ସଂସ୍କୃତି, ପରମ୍ପରା ଉଜ୍ଜୀବିତ ରହିବ ବୋଳି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ କଳା କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ବରିଷ୍ଠ କଳାକାର ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଚିନ୍ତାମଣି ପଟେଲ ମଞ୍ଚ ସଂଯୋଜନା କରିଥିବା ବେଳେ ମଧୁ ସୁଦନ ଗୋପାଲ ,ଅର୍ଜୁନ ନାଏକ, ଜନ୍ମେଜୟ ଗୋପାଳ,ନିଲାଞ୍ଚଳ ରାଉତ,କାର୍ତ୍ତିକ ହଂସ,ନରେନ୍ଦ୍ର ପଟେଲ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଶେଷରେ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା।