Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟପ୍ରାଣୀଙ୍କ ଅଧିକାରକୁ ସମ୍ମାନ ଦେଲେ ତାଙ୍କ ସହ ମଣିଷର ସଂଘର୍ଷର ଅନ୍ତ ହେବ: ଜମନକିରା ରେଞ୍ଜ ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ

ଜମନକିରା : ଆଜି ଭୋଜପୁର ସ୍ଥିତ ଜମନକିରା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୦ ତମ ବିଶ୍ଵ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇ ଯାଇଅଛି। ଏହି ଉପଲକ୍ଷେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବନ୍ୟ ପ୍ରାଣୀଙ୍କ ଅଧିକାରକୁ ସମ୍ମାନ ଦେଲେ ଓ ତାଙ୍କୁ ଅନାବିଳ ଭାବରେ ଭଲ ପାଇ ପାରିଲେ ମଣିଷ ସହ ବନ୍ୟ ପଶୁଙ୍କ ସଂଘର୍ଷ ଅଚିରେ ଅନ୍ତ ହୋଇ ପାରିବ ବୋଲି କହିଥିଲେ। ସମାଜସେବୀ ତଥା ଡ଼ାକ୍ତର ହୃଦାନନ୍ଦ ନାଏକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଆଗାମୀ ପିଢ଼ିଙ୍କୁ ଏଦିଗରେ ସଚେତନ କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ସରୋଜ କୁମାର ପଟେଲ ଯୋଗ ଦେଇ ବୃକ୍ଷ ରୋପଣ ଓ ତାର ସଂରକ୍ଷଣ କରିବାକୁ ମାତା ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାମାଜିକ କର୍ମୀ ଲକ୍ଷ୍ମୀଧର ବିନ୍ଧାଣୀ ଅତିଥି ପରିଚୟ ପ୍ରଦାନ,ଉଦ୍ଦେଶ୍ୟ ଜ୍ଞାପନ ସହ ସଂଯୋଜନା କରିଥଲେ। ସଭା ପୂର୍ବରୁ ମୁଖ୍ୟବକ୍ତା ଶ୍ରୀ ନାୟକଙ୍କ ନେତୃତ୍ୱ ଓ ବନପାଳ ଚନ୍ଦ୍ର ଶେଖର ଭୋଇ, ପୁଷ୍ପାଞ୍ଜଳି ବେହେରା, ଶିଶିର ସାମଲ, ଅଭିନ୍ନ ସୁନ୍ଦର ବାଘ ପ୍ରମୁଖଙ୍କ ପରିଚାଳନାରେ ପ୍ରାଣୀ ସୁରକ୍ଷା ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ଶୋଭା ଯାତ୍ରାରେ ବନ କର୍ମଚାରୀ ଓ ମହିଳା ମାନେ ଗ୍ରାମ ପରିକ୍ରମା କରିଥଲେ। ସଭାରେ ସମସ୍ତ ଅତିଥି ଓ ଉପସ୍ଥିତ ଜନତାଙ୍କୁ ବନ୍ୟ ପ୍ରାଣୀର ସୁରକ୍ଷା ପାଇଁ ଶ୍ରୀ ନାୟକ ଶପଥ ପାଠ କରାଇଥିଲେ। ସିବିରାର୍ଥିଙ୍କ ମଧ୍ୟରୁ ପ୍ରାଣୀ ମିତ୍ର ବାସନ୍ତୀ ବେହେରା ମଧ୍ୟ ଭାଷଣ ଦେଇ ଅତିଥି ଓ ବକ୍ତାଙ୍କ ପରାମର୍ଶ ର ଉଚ୍ଚ ପ୍ରଶଂସା କରିଥିବା ବେଳେ ଶେଷରେ ସାମାଜିକ କର୍ମୀ ସନ୍ତୋଷ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ