Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ବିଚାର ମଂଚ ବରଗଡ଼ର ଆଲୋଚନା ଚକ୍ର:ଶିକ୍ଷା ଏକ ଜୀବନ ଯାତ୍ରା-ପ୍ରଫେସର ପ୍ରିତିଶ ଆଚାର୍ଯ୍ୟ

    ସମ୍ବଲପୁର:” ଶିକ୍ଷକତାକୁ ବୁଝିବା ଏକ ବ୍ଯକ୍ତିଗତ ଅଭିଯାତ୍ରା ” ପ୍ରସଂଗ ଉପରେ ଶିକ୍ଷକ ବିଚାର ମଞ୍ଚ ବରଗଡ଼ର ଏକ ତାତ୍ତ୍ବିକ ଆଲୋଚନା ଚକ୍ର ଅବସର ପ୍ରାପ୍ତ ଶିକ୍ଷକ, ଶିଶୁ ସାହିତ୍ଯିକ ଶ୍ରୀ ଦାମୋଦର ସାହୁଙ୍କ ସଭାପତିତ୍ବରେ ତଥା ଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ତା.୯.୧୦.୨୦୨୪ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ବରଗଡ଼ ପରିସରରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାରେ ଓଡ଼ିଶାର ସୁପ୍ରତିଷ୍ଠିତ ଶିକ୍ଷାବିତ୍, ସ୍ତମ୍ଭକାର ପ୍ରଫେସର ପ୍ରୀତୀଶ ଆଚାର୍ଯ୍ଯ ଯୋଗଦେଇ ଏକ ସୁଂଦର ବକ୍ତବ୍ଯ ରଖିବା ସଂଗେ ସଂଗେ, ପିଲାଙ୍କୁ ବୁଝିବା ସହ ଶିକ୍ଷକତାକୁ ବୁଝିବସିଲେ ଜୀବନଧାରା କିପରି ଏକ ଯାତ୍ରା ପାଲଟିଯାଏ ନିଜ ଅନୁଭୂତିରୁ ସାଉଁଟିଥିବା ବିଭିନ୍ନ ପରିସ୍ଥିତିକୁ ନେଇ ଜିଜ୍ଞାସୁମାନଂକ ଦ୍ବାରା ଆଗତ ସମ୍ବେଦନଶୀଳ ପ୍ରଶ୍ନାମାନଂକର ଉତ୍ତର ରଖିଥିଲେ | ଆଲୋଚନା ସଭାରେ ଶିକ୍ଷକ ବିଚାର ମଂଚର ସଦସ୍ଯ ସଦସ୍ଯାଂକ ସମେତ ବହୁ ଶିକ୍ଷାପ୍ରେମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ସେମାନଂକ ମଧ୍ଯରେ ବ୍ଯଂଗ କବି ମନୋରଂଜନ ସାହୁ, କବି ଦିବ୍ଯକିଶୋର ଦେବତା,ରହିତ କୁମାର ଦାଶ, ମନୋରଂଜନ ମେହେର, ଲିଂଗରାଜ ଭୋଇ , ଅଧ୍ଯାପକ ଡ•ଅଶୋକ କୁମାର ମହାପାତ୍ର ,ମୋହନ ସାହୁ ,ରାମଚନ୍ଦ୍ର ସାହୁ,ରମେଶ ସାହୁ ଅଧ୍ଯାପିକା ଜୟଶ୍ରୀ ସାହୁ, ସୁଷମା ଦାଶ ,ଶିକ୍ଷକ କେଦାରନାଥ ସାହୁ,ଜୀବର୍ଦ୍ଧନ ସାହୁ ,ଧର୍ମରାଜ ପ୍ରଧାନ,ଲଲିତ କୁମାର ସାହୁ, ତେଜରୁ ବାରିକ,ଶିକ୍ଷୟିତ୍ରୀ ତପସ୍ପିନୀ ମହାପାତ୍ର, ଜ୍ଯୋତ୍ସ୍ନାରାଣୀ ପ୍ରଧାନ ,ହୈମବତୀ ମିଶ୍ର ଓ ଛାତ୍ରୀ ହର୍ଶିଦା ବାରିକ ସମେତ ବହୁ ଶିକ୍ଷକ ଶିକ୍ଷିକା ଉପସ୍ଥିତ ଥିଲେ | କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ଦିଲ୍ଲୀପ ଚନ୍ଦ୍ର ମହାପାତ୍ର, ଟଂକଧର ପ୍ରଧାନ, ପଂଚାନନ ବାରିକ | ବିଚାର ମଂଚର ଆଭିମୁଖ୍ଯ ଓ କାର୍ଯ୍ଯକ୍ରମର ଉଦ୍ଦେଶ୍ଯ ଜ୍ଞାପନ ସୁସହିତ୍ଯିକ ତଥା ଶିକ୍ଷକ ପ୍ରଦେଶୀ ବାରିକ କରିଥିବା ବେଳେ ଧନ୍ଯବାଦ ଅର୍ପଣ କରିଥିଲେ ଶିକ୍ଷକ ତେଜରାଜ ହୋତା |