Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୱାଇଁ ଘରେ ଆସି ଶାଶୁ ର ମୃତ୍ୟୁ

ଜ୍ୱାଇଁ ଘରେ ଆସି ଶାଶୁ ର ମୃତ୍ୟୁ
ଲକ୍ଷ୍ମୀପୁର ୨୦/୧୦ …ଲକ୍ଷ୍ମୀପୁର ନିଶାର ଫାର୍ମ ପାଖ ଦେଇ ଯାଇଥିବା ରେଳ ଧାରଣା କଡ଼ରୁ ରେଳ ବିଭାଗ ପୋଲିସ ଦ୍ୱାରା ଏକ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।ବୃଦ୍ଧାଙ୍କ ମୃତ୍ୟୁ କେମିତି ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ରେଳ ବିଭାଗ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣା ପଡ଼ିଛି।ଆଜି ସକାଳେ ସେଇ ପାଖେ ଚାଲିଥିବା ରେଳ ରାସ୍ତା ଦୋହରୀ କରଣ କାର୍ଯ୍ୟରେ ରାତ୍ରୀ ଜଗୁଆଳି ଭାବେ କାମ କରୁଥିବା ମାରବାଇଗୁଡ଼ା ଗ୍ରାମର ବେତୃ ମାଣ୍ଡିଙ୍ଗା ନିଜ ଚାଷ ଜମି ଆଡ଼େ ବୁଲିବାକୁ ଯାଉଥିବା ବେଳେ ବୃଦ୍ଧାଙ୍କ ମୃତ ଦେହ ଦେଖି ଡରି ଯାଇ ସେଇ ଗ୍ରାମର ଜଣେ ଯୁବକ ଭକ୍ତ ଖରାଙ୍କୁ ଜଣାଇଥିଲେ। ଭକ୍ତ ଘଟଣା ସ୍ଥଳରେ ପହଂଚି ରେଳ ବିଭାଗ ପୋଲିସ ସମେତ ଲକ୍ଷ୍ମୀପୁର ପୋଲିସ କୁ ଖବର ଦେଇଥିଲେ।ପ୍ରାୟ ଚାରି କିଲୋମିଟର ଦୂରରେ ଘଟଣା ଘଟିଥିବା ବେଳେ ଲକ୍ଷ୍ମୀପୁର ପୋଲିସ ପହଂଚି ଥିଲେବି ଏକ କିଲୋମିଟର ଦୂରରେ ଷ୍ଟେସନ ଥାଇବି ରେଳ ବିଭାଗ ପୋଲିସ ଡେରିରେ ପହଂଚି ଥିଲା।ପରେ ତଦନ୍ତ ପରେ ଜଣା ପଡିଥିଲା କି ଉକ୍ତ ବୃଦ୍ଧା ଜଣକ ଲକ୍ଷ୍ମୀପୁର ଥାନା ଏସଡିପିଓ ଅଫିସ
ରେ କାର୍ଯ୍ୟରତ ଗୃହ ରଖି ଚିତ୍ରସେନ ଜାନିଙ୍କ ଶାଶୁ ବୋଲି ଜଣା ପଡ଼ିଥିଲା ଓ ମୃତକ ଜଣକ ମୁର୍କାର ଗାଁ ର ତିଳ ମୁଦୁଲି( ୭୫ ) ବୋଲି ଜଣାପଡିଥିଲା। ଗତକାଲି ତିଳ ଲକ୍ଷ୍ମୀପୁର ଝୋଡ଼ିଆ ସାହି ରେ ରହୁଥିବା ନିଜ ଝିଅ ଜ୍ୱାଇଁ ଘରକୁ ଆସିଥିଲେ, କିନ୍ତୁ ସନ୍ଧ୍ୟା ସମୟରେ ବୁଲିବାକୁ ଯିବି କହି ରାତିରେ ଆଉ ଫେରିନଥିଲା, ସକାଳେ ତିଳ ର ମୃତ ଦେହ ଉଦ୍ଧାର କରାଯାଇଥିଲା।ଜ୍ୱାଇଁ ଘରେ ଆସି ଶାଶୁ ର ଅସ୍ୱାଭିକ ମୃତ୍ୟୁ ହେବା ସାଧାରଣ ରେ ଆଲୋଚନା ର ବିଷୟ ହୋଇଥିବା ବେଳେ ପୋଲିସ ଶବ ବ୍ୟବଛେଦ କରାଇ ପରିବାର ବର୍ଗ କୁ ହସ୍ତାନ୍ତର କରିବା ପରେ ଦଶମନ୍ତପୁର ମୁର୍କାର ଗାଁ କୁ ଅନ୍ତିମ ସଂସ୍କାର ପାଇଁ ନେଇଁ ଥିଲେ।