Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖରିଫ ଧାନ ସମସ୍ୟା ନେଇ ଜମନକିରା ଶ୍ରୀଲକ୍ଷ୍ମୀ କୃଷକ ସଂଗଠନ ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଜମନକିରା : ଆଜି ଜମନକିରା ଶ୍ର ଲକ୍ଷ୍ମୀ କୃଷକ ସଂଗଠନ ପକ୍ଷରୁ ସଭାପତି ବିରେନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ବ୍ଲକ ଅନ୍ତର୍ଗତ ୨୧ ଟି ପଂଚାୟତର ଚାଷୀ ସଂଗଠନ ପ୍ରତିନିଧି ମାନେ ସ୍ଥାନୀୟ ତହସିଲଦାର ହରେକୃଷ୍ଣ ବରିହାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଚଳିତ ଖରଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ଅନିୟମିତତା ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହେବାକୁ ବସିଲାଣି ତତସଙ୍ଗେ ପାଗ ଅନୁକୂଳ ଠିକ୍ ନଥିବାରୁ ବିଭିନ୍ନ ପ୍ରକାର ରୋଗ ପୋକ ଲାଗି ମଧ୍ୟ ଧାନ ଫସଲ ନଷ୍ଟ ହେଉଛି। ତେଣୁ ଏହାର ବିହୀତ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଆଜି ଦାବୀ ପତ୍ର ପ୍ରଦାନ କରାଯାଇଛି। ଯଦି ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି କୃଷକ ସଂଗଠନ। ଅପର ପକ୍ଷେ ସଠିକ ତଦନ୍ତ କରି ଆଗାମୀ ପଦକ୍ଷେପ ନିଆଯିବ ସ୍ଥାନୀୟ ତହସିଲଦାର ହରେକୃଷ୍ଣ ବରିହା ପ୍ରକାଶ କରିଛନ୍ତି। ଆଜି ଦାବିପତ୍ର ପ୍ରଦାନ ବେଳେ ଚୂଡ଼ାମଣି ପଟେଲ, ବିରେନ୍ଦ୍ର ଚୌଧୁରୀ, ଦିଲ୍ଲୀପ ପଟେଲ, ଲୋକେଶ ଚୌଧୁରୀ, ସରୋଜ କୁମାର ପ୍ରଧାନ, ପ୍ରଭାତ ବାଗ, ଦୁଷ୍ମନ୍ତ ନାୟକ ପ୍ରମୁଖ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories