Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ମଦବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

ଝାରସୁଗୁଡା ୨୪/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜନ ଗହଳି ପୂର୍ଣ୍ଣ ପଞ୍ଚଗାଁ ଛକରେ ଦୀର୍ଘଦିନ ଧରି ବେଆଇନ ଭାବେ ଦେଶୀ କୁଚିଆ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟ ରାସ୍ତା କଡ଼ରେ ମଦ ବିକ୍ରି ହେଉ ଥିବାରୁ ସ୍ଥାନୀୟ ମହିଳା ତଥା ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏପରିକି ଅନେକ ସମୟରେ ମଦୁଆ ମାନେ ମଦ ପିଇ ରାସ୍ତାରେ ଗଡୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ସ୍ଥାନୀୟ ମହିଳା ଗୋଷ୍ଠୀର ସଦସ୍ୟା ମାନେ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ରେଙ୍ଗାଲି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସେମାନେ ତାଙ୍କର କାରବାର ଜାରି କରିଛନ୍ତି । ତେଣୁ ଏଥିରେ ଅତିଷ୍ଠ ହୋଇ ଆଜି ସନ୍ଧ୍ୟାରେ ପଞ୍ଚଗାଁ ଓ ଡୁମେରଢିପା ଗାଁର ଶତାଧିକ ମହିଳା ସ୍ଥାନୀୟ ଦୁର୍ଗା ମଣ୍ଡପ ପରିସରରେ ଏକଜୁଟ ହୋଇଥିଲେ ଏବଂ ସ୍ଥାନୀୟ ସରପଞ୍ଚ ମୂଳେଶ ବାରିକଙ୍କ ନେତୃତ୍ୱରେ ନାଏବ ସରପଞ୍ଚ ସୁରେସିନୀ ବାରିକ,ଗୀତାଞ୍ଜଳି ସାହୁ, ରାସେ ବେହେରା, ସଞ୍ଜୁଳତା ଗୋୟଲ, ରୀନା ରନବିଡ଼ା, ଶୈଳେନ୍ଦ୍ରୀ ଅଢା, ସବିତା ସାହୁ, ସସ୍ମିତା ଧରେଇ,ସତ୍ୟ ରନବିଡା, ସତ୍ୟଭାମା ଚୌହାନ, ଯଶୋବନ୍ତି ସିଂ,ପୂଜା ଭୋଇଙ୍କ ସମେତ
ଶତାଧିକ ମହିଳା ମାନେ ବେଆଇନ ଭାବେ କୁଚିଆ ମଦ ବେପାରୀ ମାନଙ୍କ ଘରକୁ ଘର ଯାଇ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସେମାନଙ୍କୁ ତାଗିତ କରିଥିଲେ ।
ସୂଚନା ଥାଉକି ପଞ୍ଚଗାଁ ଅଞ୍ଚଳରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ସ୍ନାତକ ମହା ବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ ରହିଛି । ସେଥିପାଇଁ ଛୁଟିଦିନ ବ୍ୟତୀତ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ପାଇଁ ଆସୁଛନ୍ତି । ଏହା ବ୍ୟତୀତ ବ୍ୟାଙ୍କ,ଉପ ଡାକଘର,ବିଭିନ୍ନ ବ୍ୟସାୟୀକ ପ୍ରତିଷ୍ଠାନ ମାନ ରହିଛି । ତେଣୁ ପଞ୍ଚଗାଁ ଛକକୁ ପଡ଼ୋଶୀ ଛତିଶଗଡ଼, ସୁନ୍ଦରଗଡ ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳର ଜନ ସାଧାରଣଙ୍କ ସମାଗମ ସଦା ସର୍ବଦା ଲାଗି ରହିଛି । ତେଣୁ ଉକ୍ତ ଜନ ଗହଳି ପୂର୍ଣ୍ଣ ପଞ୍ଚଗାଁ ଛକରେ ହେଉଥିବା ବେଆଇନ ମଦ ବିକ୍ରି କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସ୍ଥାନୀୟ ୯ ଟି ମହିଳା ଗୋଷ୍ଠୀର ସଦସ୍ୟା ମାନେ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ