Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିର୍ଲିଗୁଡା ରେ ସାଂସ୍କୃତିକ କାର୍ଯ୍ୟକ୍ରମ,ଯୋଗଦେଲେ ବିଧାୟକ,ଜନ ପ୍ରତିନିଧି।

କଳାହାଣ୍ଡି:୨୭/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମରେ ଜଂହି ଓଷା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଶନିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଇଶରାମ ସୁନାନୀ, ସ୍ଥାନୀୟ ବିଜେପି ନେତା ତ୍ରିନାଥ ଶବର, ଦୁର୍ଗା ପ୍ରଧାନୀ,ବସନ୍ତ ନାଗ, ଗଣେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରେକର୍ଡ ଡ୍ୟାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଛତିଶଗଡ଼ ଓ କଳାହାଣ୍ଡି ଜିଲ୍ଲା ରୁ ଅନେକ ଗ୍ରୁପ ଡେନ୍ସର ଭାଗ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସିର୍ଲିଗୁଡା ଗ୍ରାମର ଦୀପକ ସାହୁ, ଚନ୍ଦ୍ରଶେଖର ବାଗ,ଲିଟୁ ମହାନନ୍ଦ ଓ ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।