Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ଶପଥ ନେଲେ ଜଙ୍ଗଲ ସୁରକ୍ଷା କମିଟି,ନୂତନ ସୁରକ୍ଷା କମିଟି ଗଠନ।

କଳାହାଣ୍ଡି:୨୮/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
ଧର୍ମଗଡ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ହେକ୍ଟର ପରିମିତ ବ୍ୟାପି ଅଞ୍ଚଳ ରେ ରହିଥିବା ବେଳେ କଳାହାଣ୍ଡି,ରାୟଗଡା, ନବରଙ୍ଗପୁର,ନୂଆପଡା ଓ ପଡୋଶୀ ଛତିଶଗଡ଼ ସୀମା କୁ ଲାଗି ରହିଛି। ତେବେ ବିଗତ କିଛି ବର୍ଷ ମଧ୍ୟରେ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନାଧିକୃତ ଭାବେ ଜଙ୍ଗଲ ମାଫିଆ ମାନେ ପ୍ରବେଶ କରି ଜଙ୍ଗଲ ର ସବୁଜିମା ପୂର୍ଣ୍ଣ ଅଞ୍ଚଳ କୁ ନଷ୍ଟ କରିବା ସହ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧ ରେ ମକାଚାଷ କରି ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ କୁ ନଷ୍ଟ କରି ଜୈବ ବିବିଧତା ନଷ୍ଟ କରିବା ସହ ସାହାଜଖୋଲ ଜଙ୍ଗଲ କୁ ପଦା କରି ଦେଉଛନ୍ତି। ଏନେଇ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ଓ ଭିଏସଏସ କମିଟି ପକ୍ଷରୁ ବିଗତ ବର୍ଷ ରେ ଜଙ୍ଗଲ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଜଙ୍ଗଲ ମାଫିଆ ଙ୍କ ଉତ୍ପାତ କମିବାର ନାଁ ଧରୁନାହି। ପ୍ରତିବର୍ଷ ସଂରକ୍ଷିତ ଜଙ୍ଗଲ ରେ ହେକ୍ଟର ହେକ୍ଟର ଜଙ୍ଗଲ ସଫା କରି ମକାଚାଷ କରୁଥିବା ବେଳେ ଜଙ୍ଗଲ ବିଭାଗ ଅଧିକାରୀ ନାମ କୁ ମାତ୍ର ଜଙ୍ଗଲ ସୁରକ୍ଷା ଦାୟିତ୍ୱ ରେ ରହିଥିବା ଭଳି ମନେ ହେଉଛି।
ରବିବାର ଏ ନେଇ ଧର୍ମଗଡ ବନାଞ୍ଚଳ ବେହେରା ସେକ୍ସନ ଗୋତମୁଣ୍ଡା ବିଟ ଅଞ୍ଚଳ ରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ପକ୍ଷରୁ ଏକ ବୈଠକ ପାଣିନାଲା ଜଙ୍ଗଲ ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଥମେ ସାହାଜଖୋଲ ଜଙ୍ଗଲ ର ଅଧିଷ୍ଠାତ୍ରୀ ଦେବୀ ମା ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କୁ ପୂଜାର୍ଚ୍ଚନା ପରେ ବୈଠକ ର ସଭାପତି ଜଙ୍ଗଲ ସୁରକ୍ଷା କମିଟି ର ଅସ୍ଥାୟୀ ସଭାପତି ବୁଣୁଧର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ମୁଖ୍ୟ ବକ୍ତା ଭାବେ ଭିଏସଏସ କମିଟି ସଭାପତି ଭଜମନ ନାଏକ ସମ୍ମାନିତ ଅତିଥି ଭାବେ ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସୁଧୀର ବାଗ,ଲିଙ୍ଗରାଜ ନାଏକ, କୁଶଧ୍ଵଜ ନାଏକ, ସୁବାସ ଖର୍ସେଲ, ଭରତ ମାଝୀ,ପୂର୍ବତନ ସଭାପତି ଭୁଜବଲ ସୋରି,ତ୍ରିନାଥ ପୋଟା, ତ୍ରିନାଥ ପୁଝାରି, କୁମରମଣି ବାଗ, ନକୁଳ ନାଏକ, ରଘୁନାଥ ନାଏକ, ନେତ୍ରମଣି ନାଏକ, ଗଜିନ୍ଦ୍ର ଧ. ମାଝୀ, ଶୁକଚନ ଚଲାନ,ଡମ୍ବରୁ ମାଝୀ, ସଞ୍ଜୟ କାଣ୍ଡ,ସମାଜସେବୀ ହିମାଞ୍ଚଳ ପୁଝାରି ଓ ଶତାଧିକ ଜଙ୍ଗଲ ସୁରକ୍ଷା କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲ ର ସୁରକ୍ଷା ନେବାପାଇଁ ଶପଥ ନେଇଥିଲେ। ଏହି ବୈଠକରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ନୂତନ କମିଟି ଗଠନ କରାଯାଇଥିଲା ।ଏହି କ୍ରମ ରେ ୫୨ ଗୋଟି ଭି ଏସ ଏସ କମିଟି ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ସର୍ବ ସମ୍ମତି।କ୍ରମେ ସଭାପତି ଭାବେ ଆଦିବାସୀ ଯୁବନେତା ହେମନ୍ତ କୁମାର ମାଝୀ, ଉପ ସଭାପତି ତ୍ରିନାଥ ପୋଟା,କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା,ସମ୍ପାଦକ ଭାବେ ଭଜମନ ନାଏକ,ସହ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ନାଏକ, ସାଙ୍ଗଠାନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠାନିକ ସମ୍ପାଦିକା ହେମାଙ୍ଗିନି ହଂସ,କୋଷାଧ୍ୟକ୍ଷ ଭୁଜବଲ ସୋରି,ପ୍ରମୁଖ ନୂତନ ଭାବେ କର୍ମକର୍ତ୍ତା ରୂପେ ମନୋନୀତ ହୋଇଛନ୍ତି। ଧର୍ମଗଡ ବନାଞ୍ଚଳ ବେହେରା ଓ ଆମପାଣି ସେକ୍ସନ ଜଙ୍ଗଲ ସୁରକ୍ଷା ପାଇଁ ଆଗାମୀ ଦିନରେ ଭିଏସଏସ କମିଟି ସହ ମିଳିତ ଭାବେ ପ୍ରାଣପଣେ ଚେଷ୍ଟା ଜାରି ରଖିବୁ ବୋଳି ନୂତନ ଭାବେ ମନୋନୀତ କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି।