Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଥାନା ରିସେପସନ୍ ଦାୟିତ୍ବରେ ଥିବା ପୋଲିସ ଅଧିକାରୀ ପିନ୍ଧିବେ ବଡଇ କ୍ୟାମେରା

ଭୁବନେଶ୍ବର: ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ । ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର ଆପଣାଇଛି ନୂଆ ଯୋଜନା । ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା ।

ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ ଓ ଭିଡିଓ ସେହି ବଡି କ୍ୟାମେରାରରେ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । ସେହି ତଥ୍ୟକୁ ତର୍ଜମା କରାଯିବ । କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି । ଏଥିପାଇଁ ନୂତନ ଜ୍ଞାନ କୌଶଳ ଆପଣାଇବାକୁ ଚେଷ୍ଟା କରାଯାଉଛି । ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହି ସେବା କମିଶନରେଟ୍‌ ପୋଲିସ ଆରମ୍ଭ କରିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

କେତେବେଳେ ଥାନାରେ ଅଭିଯୋଗକାରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉ ନଥିବା ତ ଆଉ କେତେବେଳେ ଅଭିଯୋଗ ଠିକ୍‌ ଭାବେ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଥିଲା । ଆଉ କେତେବେଳେ ଅଭିଯୋଗକାରୀ ଥାନାରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଅଭିଯୋଗ ଗ୍ରହଣ ହେଲା ପରେ ମଧ୍ୟ ପୋଲିସ୍‌ ସହିତ ଯୁକ୍ତିତର୍କ କରୁଥିବା ଅଭିଯୋଗ ହେଉଥିଲା । ଏପରି ଅଭିଯୋଗରୁ ମୁକ୍ତି ପାଇବା ପାଇଁ କମିଶନରେଟ୍‌ ପୋଲିସ୍‌ ଏହି ବ୍ୟବସ୍ଥାକୁ ଆଣିଛି ।