Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବର ୨୫ ରୁ ମୁକ୍ତ ରଙ୍ଗମଞ୍ଚ ରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଶୁଭାରମ୍ଭ

କଳାହାଣ୍ଡି ୨୯/୧୦
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଦଣ୍ଡପାଟ ଅଞ୍ଚଳର ସଂସ୍କୃତି, ଐତିହ୍ୟ, ପରମ୍ପରାର ପ୍ରଚାର ପ୍ରସାର ପାଇଁ ୬ ବର୍ଷ ହେବ ଚାଲିଆସୁଛି ଧର୍ମଗଡ଼ ବ୍ଲକ ବେହେରା ହାଇସ୍କୁଲ ପଡିଆ ଠାରେ ଅଞ୍ଚଳର ସର୍ବବୃହତ ଲୋକ ମହୋତ୍ସବ “ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ” । ମୁକ୍ତ ରଙ୍ଗମଞ୍ଚ ରେ ବସିବ କଂସ ଦରବାର, ଚାଲିବ କଂସ ରାଜୁତି, ଆସିବେ ରାଜକୀୟ ଅତିଥି ଭାବରେ ଜନପ୍ରତିନିଧି ଓ କଳାକାର, ମୀନା ବଜାର ଓ ଚଟପଟା ସୁସ୍ବାଦୁ ଖାଦ୍ୟ ରେ ବସିବ ବିଭିନ୍ନ ଷ୍ଟଲ। ଅଭିନେତା ଗୋପାଳ ପଣ୍ଡାଙ୍କ ଚମତ୍କାର ଅଭିନୟ ସାଙ୍ଗକୁ ମଥୁରା ନଗରୀ ଭାବରେ ବେହେରା ଗ୍ରାମ ଝଲସି ଉଠିବ। ଏହି ଅବସରରେ କମିଟି ପକ୍ଷରୁ ୨୦୨୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସରି ଯାଇଛି। ଆସନ୍ତା ଡିସେମ୍ବର ୨୫ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବକୁ ସୁଚାରୁରୂପେ ସଂପାଦନ କରିବା ପାଇଁ କମିଟି ସଦସ୍ୟ ମାନେ ପ୍ରସ୍ତୁତ ହୋଇଛନ୍ତି। ଚଳିତ ବର୍ଷ କମିଟି ପକ୍ଷରୁ ସଭାପତି ଭାବେ ବିନ୍ଦୁସାର ବିଶି, ଉପସଭାପତି ଭାବେ ଉପେନ୍ଦ୍ର ନାଏକ, ସଂପାଦକ ଭାବେ ଲଲିତ ବାଣୁଆ, ସହ-ସଂପାଦକ ଭାବେ ଭବାନୀଶଙ୍କର ବାରିକ ଏବଂ ବାଳକ୍ରୁଷ୍ଣ ବିଶିଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ମୂଖ୍ଯ ମଞ୍ଚ ସଂଯୋଜକ ଭାବେ କ୍ଷୀରସିନ୍ଧୁ ବାଣୁଆ ଙ୍କୁ ମନୋନୀତ କରାଯାଇଥିଲା। ଏହି ଅବସରରେ ନବ ମନୋନୀତ କର୍ମକର୍ତ୍ତାଙ୍କୁ କମିଟି ର ବରିଷ୍ଠ ସଦସ୍ୟ ଭବେଶ ଗଇଁତା, ତ୍ରିଲୋକ ସିଂହ, ଭିକାରୀ ଚରଣ ଗୋପାଳ, ତରେଶ ବିଶି, ଚନ୍ଦ୍ରକାନ୍ତ ରଣା, ଡମ୍ବରୁଧର ନାଏକ, ଗୁଣନିଧି ନାଗ, ଇଶ୍ବର ବାଣୁଆ, ଗଗନ ନାଏକ, ହୁକିମ ବିଶି, ହେମାଲ ବିଶି ଶୁଭେଚ୍ଛା ଜଣାଇଥିଲେ।