Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖୋଜ ଯୁବକ ର ଗଳିତ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି:୦୧/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡ଼ହଗାଁ ପଞ୍ଚାୟତ ସାରସମାଲ ଗ୍ରାମ ନିକଟରେ ଥିବା ଡୋଙ୍ଗରି ନିକଟରେ ଗତ ଶୁକ୍ରବାର ଦିନ ଠାରୁ ନିଖୋଜ ଥିବା ସାରସମାଲ ଗ୍ରାମର ରିକିରାମ ବାଗ ଙ୍କ ପୁଅ ମୋହନ ମୁରଲୀ ବାଗ(୨୮) ଙ୍କ ଗଳିତ ଶବ ଏକ ପଥର ଖୋଲ ନିକଟରୁ ଗୁରୁବାର ଦିନ ଠାବ ହୋଇଛି । ଗତ ଶୁକ୍ରବାର ଦିନ ଠାରୁ ମୁରଲୀ ନିଖୋଜ ଥିବା ନେଇ ପରିବାର ଲୋକେ କୋକସରା ଥାନା ରେ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ।ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଗୁରୁବାର ସ୍ଥାନୀୟ ଗ୍ରାମ ର ଜଣେ ଚାଷୀ ଡୋ ଙ୍ଗ ର ନିକଟରେ ଦୁର୍ଗନ୍ଧ ହେଉଥିବା କାରଣରୁ ଦେଖିବାରୁ ଜଣେ ଯୁବକ ର ଗଳିତ ଶବ ଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିବା ପରେ ନିଖୋଜ ଥିବା ଯୁବକ ଙ୍କ ପରିବାର ଲୋକେ ଶବ ଚିଂହ୍ନଟ କରି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଆଣି ଗୁରୁବାର ସନ୍ଧ୍ୟା ହେବା କାରଣରୁ ଶୁକ୍ରବାର ସକାଳେ ଶବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିଲେ। ଏ ସଂକ୍ରାନ୍ତରେ କୋକସରା ଥାନା ରେ ଏକ ଅପମୃତ୍ୟୁ ମାମଲା ୧୯/୨୪ ରୁଜୁ କରାଯାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଳି ତଦନ୍ତକାରୀ ପୋଲିସ ଏସ.ଆଇ ଉଷା ହରିଜନ ସୂଚନା ଦେଇଛନ୍ତି।