Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ବାବାଙ୍କ ପୂଜା ମହୋତ୍ସବ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ମହାମାୟୀ ମନ୍ଦିର ପ୍ରାଙ୍ଗଣରେ ଆଜି ବଡ ଧୁମଧାମରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ବାବାଙ୍କ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ଭାବେ ଅଶୋକ କୁମାର ଦାନୀ ଏବଂ ତାଙ୍କର ଧର୍ମପତ୍ନୀ ସ୍ୱରଣିକା ଦାନୀ ପୂଜା କାର୍ଯ୍ୟ ତୁଲେଇ ଥିବା ବେଳେ ପୂଜକ ଭାବେ ପଣ୍ଡିତ ରାଣା ପ୍ରତାପ ପାଢ଼ୀ ପୂଜାର୍ଚ୍ଚନା କରିଥିଲେ। ଏଥିରେ କରଣ ସମାଜର ମହିଳା ମାନଙ୍କ ନେତୃତ୍ୱରେ ସମସ୍ତ ମହୋତ୍ସବ କାର୍ଯ୍ୟକ୍ରମ ସମ୍ପାଦନା ହୋଇଥିଲା। ସ୍ୱର୍ଗତଃ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସ୍ମୃତିରେ କରଣ ସମାଜ ପାଇଁ ସେ ପ୍ରଦାନ କରିଥିବା ୯୦ ଡିସିମିଲ ଜାଗା କୁ ତାଙ୍କ ଧର୍ମପତ୍ନୀ ଜାନକୀ ପଟ୍ଟନାୟକ ସ୍ଵେଚ୍ଛାକୃତ ଭାବେ ପ୍ରଦାନ କରିଥିବାରୁ ସମାଜ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା। ଏହାପରେ ଏକ ନୂତନ କମିଟି ଗଠନ କରାଯାଇଥିଲା। ଶେଷରେ ସମସ୍ତେ ଅନ୍ନପ୍ରସାଦ ସେବନ କରିଥିଲେ। ଏଥିରେ ମୁଖ୍ୟତଃ କଳ୍ପନା ପଟ୍ଟନାୟକ, ବିଜୟଲକ୍ଷ୍ମୀ ଦାନୀ, ସୂର୍ଯ୍ୟମଞ୍ଜରୀ ସାହାଣୀ, ମୀରା ସାହାଣୀ, ମୋହିନୀ ଦାନୀ, ଅମୂଲ୍ୟା ମଞ୍ଜରୀ ପଟ୍ଟନାୟକ, ସବିତା ପଟନାୟକ, ପ୍ରଜ୍ଞା ପଟ୍ଟନାୟକ, ବବିତା ଦାନୀ, ଅନିତା ଦାନୀ, ପାୟଲ ପଟ୍ଟନାୟକ, ଦେବସ୍ମିତା ରାୟ ପ୍ରମୁଖଙ୍କ ସମେତ ବହୁ ମହିଳା ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ