Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲାସ୍ତରୀୟ ଶିଶୁ ପ୍ରତିଭା ମହୋସôବ ସୁରଭି-୨୦୨୪ ଉଦ୍ୟାପନୀ ସମାରୋହ; ସାମାନ୍ୟ ସଫଳତାରେ ସନ୍ତୁଷ୍ଟ ନ ହେବାକୁ ଆହ୍ୱାନ: ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ବଲାରଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ ବିତର୍କ ରେ ଜମନକିରା ବ୍ଲକ ର ଅଦ୍ୟାଶା ପ୍ରଥମ ସ୍ଥାନ ହାସଲ କରିଛନ୍ତି

ଜମନକିରା : ସ୍ଥାନୀୟ ତପସ୍ୱନୀ ପ୍ରେକ୍ଷାଳୟରେ ଆୟୋଜିତ ଜିଲାସ୍ତରୀୟ ଶିଶୁ ପ୍ରତିଭା ମହୋସôବ ସୁରଭି-୨୦୨୪ ଉଦ୍ୟାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳଙ୍କ ଅଧ୍ୟକ୍ଷତାରେ ଶନିବାର ପୂର୍ବାହ୍ନରେ ଆୟୋଜିତ ସମାରୋହରେ ଉତ୍ତରାଞ୍ଚଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସମାନ୍ୟ ସଫଳତାରେ ସନ୍ତୁଷ୍ଟ ନ ହୋଇ ରାଜ୍ୟସ୍ତରରେ ସୁନାମ ଅର୍ଜନ ପାଇଁ ସର୍ବଦା ଅଧିକରୁ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି ନିଜର ସଭାପତିତ୍ୱ ଅଭିଭାଷଣରେ ଜିଲା ଶିକ୍ଷାଧିକାରୀ ମଙ୍ଗଳ ଛାତ୍ରୀଛାତ୍ରଙ୍କୁ ନିଜର ଅଧ୍ୟବସାୟ ଓ ପ୍ରଦର୍ଶନ ଦ୍ୱାରା ଅସାଧ୍ୟ ସାଧନ ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ମହମ୍ମଦପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ. ମୁରଲିଧର ବେହେରା, ଧନକଉଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ସେବାଶ୍ରୀ ଭୋଇ ପ୍ରମୁଖ ମଞ୍ଚଚାସୀନ ଥିଲେ। ଶେଷରେ ଚନ୍ଦ୍ରଶେଖର ବେହେରା ଜିଲାସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲୋକିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜିଲାସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭିରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପରସ୍କୃତ କରାଯାଇଥିଲା। ଏଥିରେ ଜମନକିରା ବ୍ଲକର ଆଦ୍ୟାଶ୍ୟା ମହାକୁଳ ବିତର୍କରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମାନେଶ୍ୱର ବ୍ଲକ ଅନ୍ତର୍ଗତ ପୁରୁଣା ବଲାରଙ୍ଗାର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦଳଗତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି।
ଏହାପୂର୍ବରୁ ଶନିବାର ପ୍ରାତଃ ସାଢ଼େ ୮ଟାରୁ ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲାସ୍କୁଲରେ ସମଗ୍ରଶିକ୍ଷା, ସମ୍ବଲପୁର ଆନୁକୂଲ୍ୟରେ ଅନୁଷ୍ଠିତ ଜିଲାସ୍ତରୀୟ ସୁରଭି-୨୦୨୪ କାର୍ଯ୍ୟକ୍ରମରେ ସମ୍ବଲପୁର ସହର ତଥା ଜିଲାର ବିଭିନ୍ନ ବ୍ଲକର ଶିକ୍ଷାନୁଷ୍ଠାନ ପ୍ରାୟ ୩ ଶହ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ବର୍ଗରେ ତର୍କ, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ, ଶୃତଲିଖନ, ବକ୍ତୃତା, ସାଧାରଣ ଜ୍ଞାନ, ରୋଷେଇ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲା ଆଦିବାସୀ ଓ ହରିଜନ ଶିକ୍ଷା ସଂଯୋଜିକା ଅନୁପମା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲାସ୍କୁଲର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ। ସେହିପରି ଅସୀମ ପ୍ରଧାନ ଓ ଦେବସ୍ମିତା ରାଉତ ମଞ୍ଚ ପରିଚାଳନା କରିଥିଲେ।