ଆଳି: ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ଆକ୍ରମଣ । କାମ ସାରି ଘରକୁ ଫେରିବା ବେଳେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡଗଡି ସେତୁ ନିକଟରେ ଏହି ଘଟଣା ଘଟିଛି । ଆହତ ବ୍ୟକ୍ତି ପର୍ଶୁରାମ ମହାନ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗତକାଲି ସନ୍ଧ୍ୟାରେ ପର୍ଶୁରାମ କାମ ସାରି ବାଳକାଟି ନିଜ ଗାଁ ଅଭିମୁଖେ ଫେରୁଥିଲେ । ଏହି ସମୟରେ ଗଡଗଡି ସେତୁ ନିକଟରେ ହଠାତ୍ ୧୦ରୁ ୧୨ ଜଣ ଯୁବକ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ବାଡ଼ିରେ ନିସ୍ତୁକ ମାଡ଼ ମାରିବା ସହ ଭୁଜାଲିରେ ପର୍ଶୁରାମଙ୍କ ଦୁଇ ଗୋଡ, ହାତ ଓ ମୁଣ୍ଡକୁ ହାଣି ଦେଇଥିବା ଅଭିଯୋଗ ହୋଇଛି ।
ପର୍ଶୁରାମ ରକ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ପଡ଼ି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପର୍ଶୁରାମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ପୂର୍ବ ଶ଼ତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଏମ କାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।