Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

କଳାହାଣ୍ଡି:୦୪/୧୧
ସମାଜ କଲ୍ୟାଣରେ ବ୍ରତୀ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ।କଳାହାଣ୍ଡି ଜିଲ୍ଲା ସଦରମହକୁମା ସ୍ଥିତ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚୁ୍ସନସ୍ ଦ୍ବାରା ପରିଚାଳିତ ସରସ୍ଵତୀ +୩ ବିଜ୍ଞାନ ମହା ବିଦ୍ୟାଳୟ ଏବଂ ସରସ୍ବତୀ ସୂଚନା-ପ୍ରଯୁକ୍ତିବିଦ୍ୟା ଓ ପରିଚାଳନା ମହା ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ଇଣ୍ଡକ୍ସନ୍ ଟ୍ରେନିଂ ପ୍ରୋଗ୍ରାମ ) ଅନୁଷ୍ଠିତ ହୋଇଯାଇଛି l ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡି. ରାମ କୁମାର ରେଡକ୍ରସ୍ ପତାକା ଉତ୍ତୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଅଧ୍ୟୟନ ସହ ସମାଜସେବାରେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ। ଅଧ୍ୟକ୍ଷ ଆଦିତ୍ୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚୁ୍ୟସନର ପରିଚାଳନା ପରିଷଦର ସଦସ୍ୟା ଡି.ପଦ୍ମିନୀ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ଅଧ୍ୟକ୍ଷ ସୁଦିପ୍ତ କୁମାର ଜେନା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଯୁବ ରେଡକ୍ରସର ମହନୀୟ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉତ୍ସାହିତ କରିଥିଲେ।
ବିଷୟ ବିଶେଷଜ୍ଞ ଭାବେ କଳାହାଣ୍ଡି ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଯୁବ ରେଡକ୍ରସର ଶପଥ ପାଠ କରାଇବା ସହ ରେଡକ୍ରସର ଇତିହାସ ଓ ବିକାଶ, ମୌଳିକ ନୀତି, ଚିହ୍ନ ବିଷୟରେ , କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜିବ କୁମାର ସାହୁ ସାମାଜିକ ପରିବର୍ତ୍ତନରେ ସ୍ବେଚ୍ଛାସେବୀଙ୍କ ଭୂମିକା, ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁପ୍ରାର ଯୁବ ରେଡକ୍ରସ୍ ପରାମର୍ଶଦାତା ସୁଧିର କୁମାର ପଣ୍ଡା ରକ୍ତଦାନର ମହତ୍ତ୍ୱ ବିଷୟରେ ଓ ଲଖିରାମ୍ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେରାର ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଷି ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ସ୍ବେଚ୍ଛାସେବୀ ସାଗରିକା ଗୋପାଳ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ ଓ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଭିଜିତ ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ପ୍ରଯୁକ୍ତି ବିଭାଗର ଯୁବ ରେଡକ୍ରସ୍ ପରାମର୍ଶଦାତା କୁମାର ମନ୍ଥନ ସାହୁ, ସ୍ବେଚ୍ଛାସେବୀ ସଙ୍କେତ ଠାକୁର, ଓମ୍ ପଣ୍ଡା, ଅଙ୍କିତା ସାଥୁଆ, ଜୟନ୍ତୀ ସାହୁ, ପ୍ରିୟାଂଶୀ ପଧାନ, ଅର୍ପିତା ନାୟକ ଏବଂ କର୍ମଚାରୀ ତନ୍ମୟୀ ଖାଡାଙ୍ଗା, ରାମଚନ୍ଦ୍ର ସାହୁ, ସଙ୍କଳ୍ପ ସାଗର ତାଣ୍ଡି, ସୋଫିଆ ବେଗମ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ଅତ୍ୟାବଶ୍ୟକ ସମୟରେ ଜିଲ୍ଲାରେ ଆବଶ୍ୟକ ହେଉଥିବା ରକ୍ତ ସଙ୍କଟକୁ ଦୂର କରିବାପାଇଁ ରକ୍ତଦାତାମାନଙ୍କର ଏକ ଡାଟାବେସ ପ୍ରସ୍ତୁତ କରାଯିବା ସହିତ ଆଗାମୀ ଦିନରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ତଥା ବି.ଏସ.ସି, ବି.ବି.ଏ ଓ ବି.ସି.ଏ.ର ପ୍ରଥମ ବର୍ଷର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।