Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାତକମାରେ ସମ୍ବିଧାନ ସଚେତନତା ଅଭିଯାନ

ସମ୍ବଲପୁର:ଭାରତୀୟ ସମ୍ବିଧାନ ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମୂଲ ନିବାସୀ ବହୁଜନ ମିଳିତ ମହାସଂଘ ପକ୍ଷରୁ ବରଗଡ଼ ଠାରୁ ଆରମ୍ଭ ହୋଇଥିବା ସମ୍ବିଧାନ ସଚେତନତା ଅଭିଯାନ ଗତକାଲି ହୀରାକୁଦ ରୁ ଆରମ୍ଭ କରି ରେଙ୍ଗାଲି , ଜମନକିରା ବ୍ଲକ ସାରି କୁଚିଣ୍ଡା ଉପକଣ୍ଠ ଶତକମା ଗ୍ରାମରେ ପହଞ୍ଚିବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତରେ ହିମାଂଶୁ ବିଭାର, ଖଗେଶ୍ବର ହରିପାଲ, ସୁଶାନ୍ତ ଜଗଦଳ ପ୍ରମୁଖ ସମ୍ବିଧାନ ସମ୍ପର୍କରେ ସଚେତନତା କରିଥିଲେ ।ପ୍ରଚାର ରଥକୁ ପଙ୍କଜିନି ନାୟକଙ୍କ ନେତୃତ୍ୱରେ ଗ୍ରାମର ମହିଳା ମାନେ ସ୍ଵାଗତ କରିଥିଲେ ।ପ୍ରାରମ୍ଭରେ ସୁରୁମନି ସୁନାନି ରଥ ପରିକ୍ରମାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।କୁଚିଣ୍ଡା ଏସଟି,ଏସସି ସଂଗଠନର କର୍ମକର୍ତ୍ତା ସ୍ଵାଗତ କରିଥିଲେ ।ଜମନକିରା ବ୍ଲକ ମହଦା ରେ ଉଚ୍ଚ ବିଦ୍ୟାଳୟର ଛାତ୍ର,ଛାତ୍ରୀ ସ୍ଵାଗତ କରିଥିବା ବେଳେ ବଇଯାପାଳିରେ ଧରଣୀଧର ବାଗ ଙ୍କ ନେତୃତ୍ୱରେ ଗ୍ରାମ ବାସୀ ସ୍ଵାଗତ କରିଥିଲେ ।ଆଜିଠାରୁ ଦେବଗଡ଼ ଜିଲ୍ଲାରେ ଏହି ସଚେତନତା ରଥ ଗଡିଛି।