Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବେହେରା କୁ ହରାଇ ବଡ଼ ପୁଝାରି ଗୁଡା ଦଳ ଚାମ୍ପିୟାନ।

କଳାହାଣ୍ଡି:୦୬/୧୧
ରିପୋର୍ଟ—ସନତ କୁମାର ପ୍ରଧାନୀ
କୋକସରା ବ୍ଲକ କାଉଡୋଳା ପଞ୍ଚାଯତ ବାଞ୍ଜିବାହଲ ଗ୍ରାମ ସ୍ଥିତ ନରେନ୍ଦ୍ର ମୋଦି ଖେଳ ପଡିଆ ରେ ୟଙ୍ଗ ଷ୍ଟାର କ୍ରିକେଟ ଆସୋସିଏସନ।ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲରେ ବଡ଼ ପୁଝାରି ଗୁଡା ଓ ବେହେରା ଦଳ ମଧ୍ୟରେ ଚିତାକର୍ଷକ କ୍ରିକେଟ ଖେଳ ପ୍ରଦର୍ଶନ ହୋଇଥିବା ବେଳେ ବେହେରା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ୪୦ ରନ ସଂଗ୍ରହ କରି ଅଳ ଆଉଟ ହୋଇଥିବା ବେଳେ ବିପକ୍ଷ ବଡ଼ ପୁଝାରି ଗୁଡା ଦଳ ଫାଇନାଲ ମ୍ୟାଚ ଜିତି ଚାମ୍ପିୟାନ ହୋଇଛନ୍ତି। ଏହି ଅବସରରେ ଉଦଯାପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣେଶ୍ୱର ସତନାମୀ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା, ବସନ୍ତ ସରାବୁ ପ୍ରମୁଖ।ମଞ୍ଚ ରେ ଉପସ୍ଥିତ ରହି ଉଭୟ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ ଓ ଚାମ୍ପିୟାନ ହୋଇଥିବା ବଡ଼ ପୂଝ ଗୁଡା ଦଳ ଓ ରନର୍ସ ଅପ ଦଳ କୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। କ୍ରିକେଟ ଖେଳ କୁ ଅମ୍ପିଆର ଭାବେ ଚିତ୍ତରଞ୍ଜନ ସରାବୁ ଓ ଲକ୍ଷ୍ମୀକାନ୍ତ ମାଝୀ ପରିଚାଳନା କରିଥିଲେ। ଆୟୋଜକ ୟଙ୍ଗଷ୍ଟାର କ୍ରିକେଟ ଆସୋସେନ କାଉଡୋଲା ପକ୍ଷରୁ ମନୋରଞ୍ଜନ ସରାବୁ, ଅନିଲ ନାଏକ,ସୌରଭ ସରାବୁ , ପିଣ୍ଟୁ କୋଚିଆ ,ବିଶାଳ ସରାବୁ , ତୋଫାନ ସତାନାମି , ସୁନିଲ ଧଙ୍ଗଡା ମାଝୀ, ଆକାଶ ସରାବୁ, କୁନା ଧଙ୍ଗଡା ମାଝୀ, ସୁଶାନ୍ତ , ଅଜିତ,କେଶବ ପ୍ରମୁଖ ସହଯୋଗ କରିଥିଲେ।