Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ନିଯୁକ୍ତି ଦାବୀ ରେ ବିଇଓ ଅଫସ ଘେରିଲେ ଛାତ୍ରା ଓ ଅଭିଭାବକ।

ରେଙ୍ଗାଲି ବ୍ଲକ ର ଲଇଡା ରେ ଥିବା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମାତ୍ର ଜଣେ ଶିକ୍ଷକ ଥିବାରୁ ଶିକ୍ଷାଦାନ ବ୍ୟାହତ ହେଉଛି । ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଏବଂ ଶିକ୍ଷାପ୍ରେମୀ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଲ ନମିଳିବାରୁ ଅଜି ଅସନ୍ତୁଷ୍ଟ ଅଭିଭାବକ,ଛାତ୍ରୀ ଏବଂ ପରିଚାଳନା କମିଟୀ ର ସଭ୍ୟ/ସଭ୍ୟା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଘେରାଉ କରି ଶିକ୍ଷକ ନିଯୁକ୍ତି ଦାବୀ କରିଥିଲେ । ରେଙ୍ଗାଲି ହସପିଟାଲ୍ ଛକ ରୁ ଏକ ଶୋଭାଯାତ୍ରା ରେ ସ୍ଲୋଗାନ୍ ଦେଇ ବିଇଓ ଅଫିସ କୁ ପଦ ଯାତ୍ରା ରେ ଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୀବନ କିଶୋର ବରୁଆବ ଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରି ଶିକ୍ଷକ ନିଯୁକ୍ତି ନହେବା ଯାଏ ଏଠାରୁ ହଟିବୁ ନାହିଁ ବୋଲି ଜିଦ୍ ଧରି ବସିଥିଲେ । ଦୀର୍ଘ ସମୟ ଧରି ଏହାକୁ ନେଇ ତର୍କବିତର୍କ ହେଲା ପରେ ପ୍ରଶାନ୍ତ ମାହାଣା ନାମକ ଶିକ୍ଷକ ଙ୍କୁ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ଦେବା ପାଇଁ ଗୋଷ୍ଠି ଶିକ୍ଷା ଅଧିକାରୀ ସହମତି ପ୍ରକାଶ କରି ନିଯୁକ୍ତି ପତ୍ର ଏକ ନକଳ ଆନ୍ଦୋଳନକାରୀଙ୍କ ଦେଲା ପରେ ଆନ୍ଦୋଳ ପ୍ରତ୍ୟାହୃତ ହୋଇଥିଲା। ଶୋଷିତ ନାଏକ, ଉମାକାନ୍ତ ସାହୁ ତପନେବେହେରା, କବିରଶରଣ ନାଏକ,ନିରୋଜ ମରେଇ,ଉତ୍କଳକେଶରୀ ସାହୁ, ମିତାରାଣୀ ସାହୁ ଲିଲିମା ସହୁ କବିତା ରଣା, ମୀନା ସାହୁ, ନୁପୂର ତିୱାରୀ ଜୟନ୍ଧ୍ର ନାଏକ ପ୍ରମୁଖ ଏହି ଅଭିଯାନ ର ନେତୃତ୍ୱ ନେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ