Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀ କୁ ନିର୍ଯାତନା ତଥା ଜୀବନରେ ମାରିଦେବା ପ୍ରୟାସ ଅଭିଯୋଗରେ ସ୍ୱାମୀ କୋର୍ଟ ଚାଲାଣ

ଜମନକିରା : ସ୍ତ୍ରୀ କୁ ନିର୍ଯାତନା ତଥା ଜୀବନରେ ମାରିଦେବା ପ୍ରୟାସ କରିଥିବା ଅଭିଯୋଗରେ ଆଜି ଜମନକିରା ପୋଲିସ ଦେବଗଡ ଜିଲ୍ଲା ବାରକୋଟ ଥାନା ଦଣ୍ଡସିଂହା ଭାତନାଲି ଗାଁର ଅଭିଯୁକ୍ତ ସ୍ବାମୀ ହରେକୃଷ୍ଣ ବେହେରା (୩୨) କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତ କୁ ପଠେଇ ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା କେସ ନମ୍ବର ୨୦୫/୨୪ ଧାରା ୮୫/୧୦୯(୧)/୩(୫) ବି ଏନଏସ୍ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ପୋଲିସର ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୩୦ ତାରିଖ ଦିନ ହରେକୃଷ୍ଣ ର ସ୍ତ୍ରୀ ବବିତା ମହାକୁଡ଼ (୩୨)ଙ୍କ ଲିଖିତ ଅଭିଯୋଗ କ୍ରମେ ଗତ ୨୦୧୩ ମସିହାରେ ସେ ହରେକୃଷ୍ଣ କୁ ପ୍ରେମ ବିବାହ କରିଥିଲେ। ତେବେ ବିଭାହ ପର ଠାରୁ ତାଙ୍କ ସ୍ବାମୀ ସବୁ ବେଳେ ନିର୍ଯାତନା ଦେଇ ଆସୁଥିଲେ। ତାଙ୍କ ସ୍ଵାମୀ ଜଣେ ଟ୍ରକ ଡ୍ରାଇଭର ହୋଇଥିବା ବେଳେ ସଦାବେଳେ ସେ ମଦ୍ୟପାନ କରି ଗାଳିଗୁଲଜ ଓ ମାଡପିଟ କରିଥାନ୍ତି। ଘଟଣା ଦିନ ଗତ ଅକ୍ଟୋବର ୨୫ ତାରିଖ ଦିନ ତାଙ୍କ ସ୍ଵାମୀ ଜଣେ ଘର ପାଖ ଲୋକକୁ ଫୋନ କରି କହିଥିଲେ କି ମୁଁ ଫୋନପେ ରେ ତୋତେ ୨୦୦ ଟଙ୍କା ପଠେଇ ଦେଉଛି। ତୁ ମୋ ସ୍ତ୍ରୀ କୁ ଦେଇ କହିବୁ ସେ ବାରକୋଟ ଆସି ମୋ ସହ ସମ୍ବଲପୁର କୁ ଯିବ।ତାଙ୍କ ପାଇଁ ମୋବାଇଲ କିଣି ଦେବି ବୋଲି କହିଥିଲା। ସ୍ତ୍ରୀ ଟଙ୍କା ପାଇଲ ପରେ ବାରକୋଟ କୁ ଆସି ସ୍ଵାମୀ ସହ ସମ୍ବଲପୁର ଅଭିମୁଖେ ଯାଉଥିଲେ। ସେଦିନ ୩ଟା ସମୟରେ ବାରକୋଟ କୁ ଆସିବା ପରେ ଦେଖିଥିଲେ ଟ୍ରକରେ ଜଣେ ଦୁଷ୍ମନ୍ତ ମହାକୁଡ଼ ନାମକ ଖଲାସୀ ମଧ୍ୟ ଥିଲେ। ସେ ଟ୍ରକ ଚଳାଉ ଥିବା ବେଳେ ସ୍ତ୍ରୀ କୁ ଟ୍ରକରୁ ଓହ୍ଲେଇ ବାକୁ ଦେଇ ନଥିଲେ। ଦେବଗଡ଼ ତିଲେଇବଣି ଠାରେ ହରେକୃଷ୍ଣ ଓ ଦୁଷ୍ମନ୍ତ ଏକ ଢାବାରେ ଖାଇ ତାଙ୍କ ପାଇଁ ରୁଟି ଓ ମାଛ ତରକାରି ଟ୍ରକକୁ ଆଣିଥିଲେ। ସେ ଖାଇବା ପରେ ବେହୋସ ହୋଇ ଯାଇଥିଲେ। ତାଙ୍କ ଚେତା ଆସିଲା ପରେ ଜାଣିଲେ ଯେ ବଡରମା ଘାଟିର ଏକ ଜଙ୍ଗଲ ଭିତରେ ମୂର୍ମୁଶ ଅବସ୍ଥାରେ ପଡ଼ିଥିଲେ ଏବଂ ତାଙ୍କ ବେକରେ ଏକ ଦଉଡ଼ି ବନ୍ଧା ହୋଇଥିବା ଜାଣି ପାରିଥିଲେ। ସେ ଦଉଡ଼ି କୁ ବହୁତ କଷ୍ଟରେ ଖୋଲିବା ପରେ ଦେଖିଲେ କି ରାସ୍ତାରେ ଏକ ଲାଇଟ ଜଳୁଛି। ଲାଇଟ କୁ ଦେଖି ରାସ୍ତା ପାଖକୁ ଆସିଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ଆମ୍ବୁଲାନ୍ସ ସାହାଯ୍ୟରେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ତପରେ ସେ ୱାନ ଷ୍ଟପ ସେଣ୍ଟର୍ ର ଆଶ୍ରୟ ନେଇଥିଲେ। ତାଙ୍କ ସ୍ଵାମୀ ତାଙ୍କୁ ଜୀବନରୁ ମାରିଦେବାର ଉଦ୍ଦେଶ୍ୟ ରଖି ବେକରେ ରଶି ଲଗାଇ ଜଙ୍ଗଲ ରେ ଫୋପାଡି ଦେଇଥିବା ନେଇ ସୁସ୍ଥ ହେଲା ପରେ ଥାନାରେ ଅଭିଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories