Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଣାର୍କ ମନ୍ଦିର ପରିଦର୍ଶନ କଲେ ଜି-୨୦ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ବର: ଚଳିତ ବର୍ଷ ଭାରତ ଜି-୨୦ ସମ୍ମିଳନୀର ଆୟୋଜନ କରୁଛି। ଯେଉଁଥିପାଇଁ ବିଭିନ୍ନ ରାଜ୍ୟରେ ବିଭିନ୍ନ ବିଷୟ ଉପରେ ବୈଠକ, କର୍ମଶାଳା, ଆଲୋଚନା କରାଯାଉଛି । ଏହି ସମ୍ମିଳନୀରେ ବିଶ୍ବର ବିଭିନ୍ନ ‌ଦେଶରୁ ଆସିଛନ୍ତି ପ୍ରତିନିଧି। ତେବେ ଗତକାଲି କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି ଜି-୨୦ ପ୍ରତିନିଧି ମଣ୍ଡଳୀ । ୨୦ଟି ଦେଶର ୧୨୦ ଜଣ ପ୍ରତିନିଧି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ।

ଏହାସହ ଜି-୨୦ ପ୍ରତିନିଧିମାନେ ଆଇଓସିଏଲ କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ କୋଣାର୍କରେ ଚାଲିଥିବା ସ୍ୱତନ୍ତ୍ର ଲାଇଟ ଏବଂ ସାଉଣ୍ଡ ସୋ’ର ଭରପୂର ମଜା ନେଇଥିଲେ ।