Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ କୁ ମରୁଡି ଘୋଷଣା ଓ ୨୪ ଦଫା ଦାବି ରେ ତହସିଲ କାର୍ଯ୍ୟାଳୟ ଘେରାଉ, ଦାବିପତ୍ର ପ୍ରଦାନ।

କଳାହାଣ୍ଡି:୦୮/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଚଳିତ ବର୍ଷ ନୂଆଁଖାଇ ପରେ ଆଉ ବର୍ଷା ଉଭାନ ହେବା ଫଳରେ ଖରିଫ ଧାନ ଚାଷ ଅନାବୃଷ୍ଟି କାରଣରୁ ବ୍ଲକ ର ୨୨ ପଞ୍ଚାୟତ ରେ ମରୁଡି ସହ ଧାନ ଫସଲ ଅମଳ ସମୟରେ ଚକଡ଼ା ରୋଗପୋକ ବ୍ୟାପକ ପ୍ରାଦୁର୍ଭାବ ଯୋଗୁଁ ବ୍ୟାପକ ଭାବେ ଚାଷ କ୍ଷୟକ୍ଷତି ହୋଇଛି। ଜଳସେଚିତ ଅଞ୍ଚଳ ରେ ବ୍ୟାପକ ଭାବେ ଚକଡ଼ା ରୋଗପୋକ ପ୍ରାଦୁର୍ଭାବ ରେ ଚାଷୀ ଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାକୁ ନେଇ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ର ଆବାହକ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ୨୨ ବ୍ଲକ ର ଶତାଧିକ ଚାଷୀ ଶୁକ୍ରବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଏକ ଶୋଭାଯାତ୍ରାରେ ବାହାରି ମରୁଡି ଘୋଷଣା ଆମର ଦାବି, କୃଷିରୁଣ ଛାଡ଼ ଆମର ଦାବି,ଶସ୍ୟ ବୀମା ପ୍ରଦାନ ଆମର ଦାବି ସହ ଅନ୍ୟାନ୍ୟ ଦାବି ରେ ନାରାବାଜି କରି କୋକସରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ସହ ପ୍ରତିବାଦ କରିଥିଲେ । ଦାବିପତ୍ର ପ୍ରଦାନ କରିବା ପୂର୍ବରୁ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ,ଲଡୁଗାଁ ଜୟ ଜଗନ୍ନାଥ କୃଷକ ମଞ୍ଚ ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ, ଉପ ସଭାପତି କୃଷକ ମଞ୍ଚ ନୀଳକଣ୍ଠ ମାଝୀ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ମହିଳା ନେତ୍ରୀ ତିଲୋତ୍ତମା ନାଏକ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, କୃଷକ ମଞ୍ଚ ସମ୍ପାଦକ ପଞ୍ଚକ ପୋଢ଼, ଉପ ସଭାପତି କୃଷକ ମଞ୍ଚ ଜୟଲାଲ ନାଏକ, ମହିମା ସମିତି ସଭ୍ୟତା ଘନଶ୍ୟାମ ନାଏକ ପ୍ରମୁଖ ଚାଷୀ ଙ୍କ ପ୍ରମୁଖ ସମସ୍ୟା ଓ ୨୨ ପଞ୍ଚାୟତ କୁ ମରୁଡି ଘୋଷଣା ସହ ଚାଷୀ ଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ କ୍ଷତିପୂରଣ ଦେବାପାଇଁ ନିଜ ପ୍ରତିବାଦ ଭାଷଣ ରେ ପ୍ରକାଶ କରିଥିଲେ। ପରେ ସମବେତ ଚାଷୀ ସମୂହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ତହସିଲଦାର ନବୀନ କିଶୋର ପାଢ଼ୀ ଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଥିଲେ। ଏହି କୃଷକ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଚିନ୍ତାମଣି ପଟେଲ, ନିମାଇଁ ଧଙ୍ଗଡା ମାଝୀ,କେଶବ ଚନ୍ଦ୍ର ନାଏକ, ହରେକୃଷ୍ଣ ନାଏକ,କମଳାକାନ୍ତ ପଣ୍ଡା,ମାର୍କଣ୍ଡ ବେମାଲ,ମନୋଜ ନାଏକ,ଧୋବଳେ ଗହୀର, ମନିଜର ପୋଢ଼,ନାରାୟଣ ପଟ୍ଟନାୟକ,ପ୍ରକାଶ ଚୌଧୁରୀ, ଋଷିମଣି ମାଝୀ,ରବି ନାରାୟଣ ଦାସ,ହରିଶ୍ଚନ୍ଦ୍ର ନାଏକ, ଅରବିନ୍ଦ ପଟ୍ଟନାୟକ,ନରେନ୍ଦ୍ର ଧ. ମାଝୀ, ପରକ୍ଷୀତ ବେଶ୍ରା, କୃଷ୍ଣଚନ୍ଦ୍ର ନାଏକ ସମେତ ୨୨ ପଞ୍ଚାୟତ ରୁ ଶତାଧିକ ଚାଷୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।