ଗଜପତ: ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ଖଜୁରୀପଦା ଗାଁରେ ବ୍ୟାପିବାରେ ଲାଗିଛି ହାଡ଼ଫୁଟି । ୩୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି ।
ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ ଜିଲ୍ଲା ସ୍ତରୀୟ ୯ ଜଣିଆ ଡାକ୍ତରୀ ଟିମ୍ ଗାଁକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏଥିସହ ଆଶା କର୍ମୀମାନେ ଗାଁକୁ ଯାଇ ଆକ୍ରାନ୍ତଙ୍କୁ ଔଷଧ ମଧ୍ୟ ବଣ୍ଟନ କରିଛନ୍ତି । କେଉଁ କାରଣ ପାଇଁ ଗାଁରେ ହାଡଫୁଟି ବ୍ୟାପୁଛି ତାର ପ୍ରକୃତ କାରଣ ଜଣାପଡ଼ିନାହିଁ।
ଜଣେ ଗ୍ରାମବାସୀ କହିଛନ୍ତି, ମାସେ ହେବ ଗାଁରେ ହାଡ଼ଫୁଟି ବ୍ୟାପିଛି । ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଦେଇଛନ୍ତି । ପାଣି ପାଇଁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଗାଁରେ ଏବେ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି କହିଛନ୍ତି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।