Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦୁଷଣ ନିୟମ ଉଲଙ୍ଘନ: ଦୁର୍ଗା ରାଇସ ମିଲକୁ କାରଣ ଦର୍ଶାଅ ନୋଟିସ

ସମ୍ବଲପୁର ଜିଲାର ରେଙ୍ଗାଲି ନିକଟସ୍ଥ ନୁଆଁ ରମ୍ପେଲା ରାସ୍ତା ପାର୍ଶ୍ବରେ ଥିବା ଦୁର୍ଗା ରାଇସ୍ ମିଲ୍ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ର ଧାର୍ଯ୍ଯ ନିୟମ ତଥା ଗାଇଡ୍ ଲାଇନ୍ ର ଉଲଙ୍ଘନ କରି ମିଲ୍ ଚଲାଉଥିବାରୁ ପ୍ରଦୁଷଣ ସମସ୍ୟା ଦେଖାଦେଇଛି। ସମ୍ବଲପୁର ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ର ବିଶେଷଜ୍ଞ ଦଳ ରାଇସ୍ ମିଲ୍ ପରିଦର୍ଶନ ସମୟ ରେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ର ନୀତି ନିୟମ ଉଲଙ୍ଘନ କରାଯାଇ ମିଲ୍ ଚାଲୁଥିବାର ଦେଖି ଏହି ରାଇସ୍ ମିଲକୁ କାହିଁକି ବନ୍ଦ କରାଯିବ ନାହିଁ ତହିଁର ଜବାବ ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
୧୯୭୧ ମସିହାରୁ ସମ୍ବଲପୁର-ଝାରସୁଗୁଡା ରାଜ୍ୟରାଜପଥ ପାର୍ଶ୍ବର ନୁଆଁ ରମ୍ପେଲା ଗ୍ରାମ ରେ ସ୍ଥାପିତ ଦୁର୍ଗା ରାଇସ୍ ମିଲ୍ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ର ଅଧିକାରୀ ମାନେ ପରିଦର୍ଶନ କରିବା ସମୟରେ ମିଲର ଇଟିପି ଯନ୍ତ୍ର ଅଚଳ ଥିବା ର ଦେଖିଥିଲେ। ଇଟିପି ଯନ୍ତ୍ର ଅଚଳ ଥିବାରୁ ଏହି ଯନ୍ତ୍ରକୁ ବାଇପାସ୍ କରି ମିଲରୁ ନିର୍ଗତ ଦୂଷିତ ଦୁର୍ଗନ୍ଧ ଯୁକ୍ତ ବର୍ଜ୍ୟଜଳ ବାହାର କୁ ନିଷ୍କାସନ କରାଯାଉଥିବାରୁ ଅଞ୍ଚଳର ପରିବେଶ ପ୍ରଦୂଷିତ ହେଉଛି। ଏହାବ୍ୟତୀତ ମିଲରୁ ନିର୍ଗତ ବର୍ଜ୍ୟ ପୋଡା କୁଣ୍ଡା ଗୁଣ୍ଡ ଉପରେ ବୈଜ୍ଞାନିକ ପଦ୍ଧତିରେ ମାଟି ପକାଇ ଢାଙ୍କି ରଖିବା ପରିବର୍ତ୍ତେ ଅବୈଜ୍ଞାନିକ ପଦ୍ଧତିରେ ଗଦା କରି ରଖାଯାଇ ଥିବା ପରିଦର୍ଶନ ସମୟରେ ଦେଖିବାକୁ ମିଳିଥିଲା।
ଏହା ଦ୍ବାରା ପୋଡା କୁଣ୍ଡାର ଗୁଣ୍ଡ ଅଞ୍ଚଳରେ ଉତ୍କଟ ପ୍ରଦୁଷଣ ସମସ୍ୟା ସୃଷ୍ଟି କରୁଛି। ଏହି ରାଇସ୍ ମିଲରେ ଦୈନିକ ୫୦ହଜାର ଲିଟର ପାଣି ଧାନ ରୁ ଚାଉଳ ବାହାର କରିବା ପାଇଁ ବ୍ୟ ବହାର ହେଉଛି। ଧାନ ସିଝାଇବା ପ୍ରକ୍ରିୟା ରେ ବ୍ଯବହୃତ ୫୦ହଜାର ଲିଟର ପାଣି ଇଟିପି ମେସିନ୍ ରେ ବିଶୋଧିତ କରାଯାଇ ଛଡାଯିବା କଥା। କିନ୍ତୁ ଇଟିପି ମେସିନ୍ ଅଚଳ ଥିବାରୁ ଦୁଷିତ ପାଣି ବାହାରକୁ ଛଡା ଯାଉଛି। ଠିକ୍ ସେହିପରି ଧାନ ସିଝାଇବା ପ୍ରକ୍ରିୟାରୁ ବାହାରୁ ଥିବା ଜଳନ୍ତା କୁଣ୍ଡା ଗୁଣ୍ଡ ପ୍ରଦୁଷଣ ନିୟନ୍ତ୍ରଣ ନିୟମ ତଥା ଗାଇଡ୍ ଲାଇନ୍ ଅନୁସାରେ ମାଟିରେ ଢାଙ୍କି ପରିଚାଳନା ନକରି ଖାମଖିଆଲି ଭାବରେ ଗଦା କରି ରଖି ଦିଆଯାଉଛି।
ପ୍ରଦୁଷଣ ଆଇନ୍ ର ଏଭଲି ଖୋଲା ଉଲଂଘନ ଯୋଗୁଁ ଅଞ୍ଚଳ ର ଜଳ ଓ ବାୟୁ ତଥା ପରିବେଶ ପ୍ରଦୁଷିତ ହୋଇ ପ୍ରାଣୀଜଗତ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପଡୁଛି। ଦୁର୍ଗନ୍ଧମୟ ପରିବେଶ ରେ ଲୋକେ ଅଣନିଃଶ୍ବାସୀ ହେଉଛନ୍ତି। ରାଜ୍ଯ ରାଜପଥ ପାର୍ଶ୍ବରେ ଥିବା ଏହି ରାଇସ୍ ମିଲ୍ ପ୍ରଦୁଷଣ ନିୟନ୍ତ୍ରଣ ଆଇନ୍ ର ବେଧଡକ ଉଲଙ୍ଘନ କରି ପ୍ରଦୁଷଣ ବୃଦ୍ଧି କରିବା ଚର୍ଚ୍ଚା ର ବିଷୟ ହୋଇଛି।
ସୂଚିତ ଯେ ଏହି ରାଇସ୍ ମିଲରୁ ବାର୍ଷିକ ୯,୭୯୨ ମେଟ୍ରିକ୍ ଟନ୍ ବଏଲ ରାଇସ,୧୪୪ ମେଟ୍ରିକ୍ ଟନ୍ ବ୍ରୋକେନ ରାଇସ ଏବଂ ବାର୍ଷିକ ୫୭୬ ମେଟ୍ରିକ୍ ଟନ୍ ବ୍ରୋକେନ ରାଇସ ର ବ୍ୟବସାୟ କାରବାର ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ