Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ହିଂସା ଘଟଣା; ଯାଞ୍ଚ ପାଇଁ ୧ରେ ଓଡ଼ିଶା ଆସିବେ ବିଜେପିର ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ଘଟଣାର ଯାଞ୍ଚ ପାଇଁ ବିଜେପି ଦ୍ୱାରା ଗଠିତ ଚାରିଜଣିଆ ଟିମ୍‌ ଖୁବ ଶୀଘ୍ର ସମ୍ବଲପୁର ଗସ୍ତ କରିବ।
ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ହନୁମାନ ଜୟନ୍ତୀ ଉତ୍ସବରେ ଘଟିଥିବା ହିଂସା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କମିଟି ଆସନ୍ତା ମେ ୧ରେ ସମ୍ବଲପୁରରେ ପହଞ୍ଚିବାର ଯୋଜନା ରହିଛି। ବିଜେପି ସଭାପତି ଜେ ପି ନଡ୍ଡାଙ୍କ ଦ୍ୱାରା ଗଠିତ ଏହି ସ୍ବତନ୍ତ୍ର ପ୍ୟାନେଲ ତଦନ୍ତ ପାଇଁ ମେ୧ ରେ ସ୍ଥାନ ପରିଦର୍ଶନ କରିବ।

ଏହି କମିଟିରେ ରାଜ୍ୟସଭା ସଦସ୍ୟ ବ୍ରିଜ ଲାଲ, ସମୀର ଓରାଓନ୍, ଆଦିତ୍ୟ ସାହୁ ଏବଂ ଲୋକସଭା ସାଂସଦ ଜ୍ୟୋତିର୍ମୟ ସିଂ ମହାଟୋ ରହିଛନ୍ତି। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପରେ କମିଟିର ସଦସ୍ୟମାନେ ତଥ୍ୟ ଉପରେ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ରିପୋର୍ଟ ବିଜେପି ସଭାପତିଙ୍କ ନିକଟରେ ଦାଖଲ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ