ସମ୍ବଲପୁର:ସମ୍ବଲପୁର ଚିଡ଼ିଆଖାନାରେ ଥିବା କରଲାପତରିଆ ବାଘ ଓ ବାଘୁଣୀ ମଧ୍ୟରେ ବଢିଛି ସମ୍ପର୍କ। ଏବେ ଦୁହେଁ ରାଜା ସହିତ ରାଣୀ ବନି ଯାଇଛି ଜୀବନ ସଙ୍ଗିନୀ l ପ୍ରାୟ ଗୋଟିଏ ବର୍ଷ ପୂର୍ବେ ପଶ୍ଚିମ ଓଡିଶା ର ନୂଆପଡା ଜିଲ୍ଲା ର କୁଦୋପାଲି ଗୋଟିଏ କରଲାପତରିଆ ଅଣ୍ଡିରା ବାଘ (ରାଜା) କୁ ୨୦୨୩ ମସିହାରେ ଉଦ୍ଧାର କରାଯାଇଥିଲା l ଯିଏ କି ଦୁଇ ଜଣ ଲୋକଙ୍କୁ ମାରିଦେଇଥିବା ବେଳେ ଗୋଟିଏ ଶିଶୁ କୁ ସାଙ୍ଘାତିକ ଭାବେ ଆହତ କରିଦେଇଥିଲା l ସେହି ନରଭକ୍ଷୀ ବାଘ କୁ ୫ ନଭେମ୍ବର ୨୦୨୩ ରେ ଉଦ୍ଧାର କରି ବନ୍ୟପ୍ରାଣୀ ଵିଭାଗ ଦ୍ୱାରା ଅଣାଯାଇଥିଲା ସମ୍ବଲପୁର ସ୍ଥିତ ବର୍ତ୍ତମାନର ଚିଡ଼ିଆଖାନାକୁ। ଆଉ ୮ ନଭେମ୍ବର ୨୦୨୩ ରେ ରାଜାର ଘର ହେଲା ଏଇ ସମ୍ବଲପୁର ଚିଡିଆଖାନା। ଦୀର୍ଘ ଏକ ବର୍ଷ ଯାଏ ଆଗନ୍ତୁକ ୱାର୍ଡ ରେ ସଂଗରୋଧ ରେ ରଖାଯାଇ, ଚିକିତ୍ସା ତଥା ଯତ୍ନ ନିଆଯାଉଥିଲା l ଏବେ ରାଜା କୁ ଚିଡ଼ିଆଖାନା ରେ ଥିବା ମାଈ କରଲାପତରିଆ ବାଘୁଣୀ ରହୁଥିବା ୱାର୍ଡ କୁ ଛଡା ଯାଇଥିଲା ଏବଂ ସେମାନଙ୍କୁ ନଜର ଦେବା ପାଇଁ ସିସିଟିଭି ଲଗାଇ ୨୪ ଘଣ୍ଟିଆ ନଜର ରଖା ଯାଇଥିଲା l ପ୍ରଥମେ ପ୍ରଥମେ ଦୁହେଁ ଦୁହିଁ କୁ ଦେଖା ଦେଖି ହେଲେ ଓ ପରେ ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ମିତ୍ରତା ବଢ଼ିବାରେ ଲାଗିଲା l ଜଣେ ଅନ୍ୟ ଜଣଙ୍କ ପାଖକୁ ଆସିବାକୁ ମଧ୍ୟ୍ୟ ପ୍ରୟାସ ଆରମ୍ଭ କଲେ l
ଜଙ୍ଗଲ ବିଭାଗ ର ଜିଲ୍ଲା ବନ୍ୟ ପ୍ରାଣୀ ଅଂଶୁ ପ୍ରଜ୍ଞା ଦାସ ଙ୍କ ସୂଚନା ମୁତାବକ ଆଜି ୯ ନଭେମ୍ବର ରେ ରାଜା ରାନୀ ପାଖକୁ ଆସିବାର ଦେଖିବାର ଦୃଷ୍ଟି କୁ ଆସିଥିଲା l ଦୁହେଁ ଦୁହିଁ ଙ୍କର ଲାଂଗୁଲ ରେ ଶରୀର କୁ ସ୍ବର୍ଶ କରିବା ସହ ଜଣେ ଆଉ ଜଣଙ୍କ ଉପରେ ଆକୃଷ୍ଟ ହୋଇ ଅନ୍ତରଙ୍ଗ ମୁହୂର୍ତ୍ତ ଵି ବିତାଇଲେ। ରାଜା ଓ ରାନୀ ସାଥିରେ ରହିବା ଦ୍ୱାରା ସେମାନଙ୍କର ଭିତରେ ସ୍ନେହ, ପ୍ରେମ ଓ ଆବେଗ ବଢି ଜୀବନସାଥୀ ଭାବରେ ଉଭୟେ ଉଭୟଙ୍କୁ ଗ୍ରହଣ କରି ନେଇ ସାରିଥିବା ଦୃଶ୍ୟ ଵି ସାମ୍ନା କୁ ଆସିଛି l ଜିଲ୍ଲା ବନ୍ୟ ପ୍ରାଣୀ ଅଧିକାରୀ ଙ୍କର କହିବା ମୁତାବକ ୧ ଦିନରୁ ୫ ଦିନ ଯାଏ କରଲାପତରିଆ ବାଘ ମାନେ ସମ୍ଭୋଗ ହେବାର ସମ୍ଭାବନା ଥାଏ ସେଥିପାଇଁ ସିସିଟିଭି ସହ ଏଲଇଡି ଡିସପ୍ଲେ ବୋର୍ଡ ମାଧ୍ୟମ ରେ, ପ୍ରତିକ୍ଷଣ କୁ ନଜର ଦିଆଯାଉଅଛି l ସେମାନଙ୍କ ଦ୍ୱାରା ବଂଶବିସ୍ତାର ହେବାର ସମ୍ଭାବନା ଥିବାରୁ ରାଜାରାନୀ ଉପରେ ବନ୍ୟପ୍ରାଣୀ ବିଭାଗ ତତ୍ପର ହେବା ସହ ବହୁତ ଉତ୍ସାହିତ ମଧ୍ୟ୍ୟ ଅଛନ୍ତି ବୋଲି ଜିଲ୍ଲା ଅଧିକାରୀ ପ୍ରକାଶ କରିଛନ୍ତି l