Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ବିଧାୟକ ଙ୍କୁ ଶିକ୍ଷକ ଙ୍କ ସମସ୍ୟା ନେଇ ଦାବିପତ୍ର ଦେଲେ ଶିକ୍ଷକ ସଂଘ।

କଳାହାଣ୍ଡି:୧୦/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଳ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ(ଏଓପିଟିଏ) ପକ୍ଷରୁ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ସାକ୍ଷାତ କରି କୋକସରା ବ୍ଲକ ରେ ରହିଥିବା ଶିକ୍ଷକ ଙ୍କ ସମସ୍ୟା କୁ ନେଇ ଏକ ଦାବିପତ୍ର ସଙ୍ଘ ର ଉପଦେଷ୍ଟା ବରିଷ୍ଠ ଶିକ୍ଷକ ସଞ୍ଜୀବ କୁମାର ପାଢୀ, ଜିଲ୍ଲା ଏନପିଏସ ସମ୍ପାଦକ ବୈକୁଣ୍ଠ ଜାଲ,ସାଧାରଣ ସମ୍ପାଦକ ବେଣୁଧର ନାଏକ, ସହ ସମ୍ପାଦକ ସନାତନ ପଣ୍ଡା,ମିଡିଆ କୋଡ଼ିନେଟର ଈଶ୍ୱରୀ ପ୍ରସାଦ ଅଗସ୍ତି ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଛି। ଶିକ୍ଷକ ଙ୍କ ପ୍ରମୁଖ ସମସ୍ୟା ମଧ୍ୟରେ କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ର କାର୍ଯ୍ୟାଳୟ ନିଜସ୍ୱ କୋଠା ନଥିବାରୁ ଅସ୍ଥାୟୀ କୋଠା ରେ ଚାଲିଥବା ବେଳେ ନୂତନ କାର୍ଯ୍ୟାଳୟ ପାଇଁ ଜାଗା ଚିହ୍ନଟ ହୋଇ ଅନୁଦାନ ମଞ୍ଜୁର ହୋଇ ସାରିଥିବା ବେଳେ କାର୍ଯ୍ୟାଳୟ କୋଠା ନିର୍ମାଣ ଆରମ୍ଭ ହୋଇନାହିଁ, ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହ ଶିକ୍ଷକ ମାନଙ୍କ ପାଇଁ ବ୍ଲକ ରେ ଶିକ୍ଷକ ଭବନ ନିର୍ମାଣ ପାଇଁ ୨ ଡିଶମିଲ ଜାଗା ସହ ଅନୁଦାନ ଦେବାକୁ,ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବଦଳି ପ୍ରକ୍ରିୟା କୁ ସହଜ କରି ଅନ୍ୟ ଜିଲ୍ଲାରୁ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଜ ଜିଲ୍ଲା କୁ ବଦଳି କରାଯିବା ଓ ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ବିଧାୟକ ଶ୍ରୀ ପାଟ୍ଟଯୋଶୀ ଙ୍କୁ ଅନୁରୋଧ କରିବା ସହ ଏକ ଲିଖିତ ଦାବିପତ୍ର ଶିକ୍ଷକ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି।