Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ହିଂସା; ୪ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାରେ ସହର ସାରା କର୍ଫ୍ୟୁ ଜାରି କରାଯାଇଥିଲା। ଏବେ ସ୍ଥିତି ସୁଧୁରିବା ସହିତ ସମ୍ବଲପୁରର ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯାଇଛି। ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି । ଅଇଁଠାପାଲି, କ୍ଷେତରାଜପୁର, ବରେଇପାଲି ଓ ସଦର ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଛି । ଏ ନେଇ ଏସପି ସୂଚନା ଦେଇଛନ୍ତି ।

ସମ୍ବଲପୁର ହିଂସାକୁ ଦୃଷ୍ଟିରେ ରଖି ସାରା ସହରରେ କର୍ଫ୍ୟୁ ଲାଗୁ କରିଥିଲା ପ୍ରଶାସନ। ଖାଲି ସେତିକି ନୁହେଁ ଇଣ୍ଟରନେଟ୍‌ ସେବା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଥିଲା।

ଏହି ହିଂସା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ୪ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏହା ତଦନ୍ତ ଆସନ୍ତା ମେ ୧ରେ ଓଡ଼ିଶା ଆସୁଛନ୍ତି ଏହି ସ୍ପେଶାଲ୍‌ କମିଟି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ