Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ଚିଙ୍ଗୁଡ଼ି ଗୋଦାମରେ ଲାଗିଲା ନିଆଁ । ଜଳିପୋଡ଼ି ପାଇଁଶ ହୋଇଗଲା ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି । କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା କୂଳ ଯମୁନା ଗାଁରେ ଏହି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆଗକୁ ଛାଡ଼ଖାଇ ଆସୁଥିବାରୁ ଗୋଦାମ ମାଲିକ ପବିତ୍ର ସାହୁ ତିନି ଲକ୍ଷ ଟଙ୍କାରୁ ଅଧିକ ମାଛ ଓ ଚିଙ୍ଗୁଡ଼ି ରଖିଥିଲେ ।

ଆଜି ସକାଳେ ହଠାତ୍ ଗୋଦାମରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଗୋଦାମରେ ଥିବା ମାଛ ଚିଙ୍ଗୁଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ