Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ନାଟ୍ୟକଳା ପରିଷଦର ପ୍ରତିଷ୍ଠା ଉତ୍ସବ,୧୭ରେ ମଞ୍ଚସ୍ଥ ହେବ ୨ଟି ନାଟକ

ସମ୍ବଲପୁର:ସମ୍ବଲପୁର ସହରରେ ୧୯୭୦ ମସିହା ରେ ଗଢିଉଠିଥିବା ସମ୍ବଲପୁର ନାଟ୍ୟକଳା ପରିଷଦ ଆଜି ପାଳନ କରିଛି ତାର ପ୍ରତିଷ୍ଠା ଦିବସ l ଅନୁଷ୍ଠାନ ର ସଭାପତି ଡ଼. ଶିବ ନାରାୟଣ ଶତପଥି ଙ୍କର ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଆଦିତ୍ୟ ବିର୍ଲା ଗ୍ରୁପ ହିଣ୍ଡାଲକୋ ର ପୂର୍ବତନ ବରିଷ୍ଠ ଅଧିକାରୀ ଇ. ସୁଶାନ୍ତ ଗୁରୁ ଯୋଗ ଦେଇଥିବା ବେଳେ ସମ୍ପାଦକ ଡ଼. ସିଦ୍ଧାର୍ଥ ପଣ୍ଡା ବାର୍ଷିକ ବିବରଣୀ ପାଠ, ଅତିଥି ପରିଚୟ ଓ ସ୍ୱାଗତ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଇ. ଗୁରୁ କହିଲେ ଯେ ୫୫ ବର୍ଷ ଧରି ଅନୁଷ୍ଠାନ ବଞ୍ଚି ରହି ନାଟକ ମଞ୍ଚସ୍ଥ କରିବ୍ବା ଏକ ଖୁସିର ଖବର l ହେଲେ ନାଟ୍ୟ ଆନ୍ଦୋଳନ କୁ ବଂଚେଇବାକୁ ହେଲେ, ନୂତନ ପିଢ଼ି ଯୋଡି ହେବାର ଆବଶ୍ୟକତl ରହିଛି l ଯେଉଁ ଅନୁଷ୍ଠାନ ସହ ଯୋଡି ହୋଇଥିଲେ ଦେବୁ ବୋଷ, ଅପରାଜିତା ଷଡ଼ଙ୍ଗୀ, ରାଜେନ୍ଦ୍ର ପ୍ରସାଦ ପଣ୍ଡା,ଡ଼.ପଞ୍ଚାନନ ମିଶ୍ର, କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ଡ଼. ପ୍ରସନ୍ନ ସାହୁ, ଡ଼.ଶିବ ନାରାୟଣ ଶତପଥି,ବୁଲୁ ନନ୍ଦ, କୃଷ୍ଣ ଚନ୍ଦ୍ର ମହାପାତ୍ର ପରି ନାମକରା କଳାକାର ମାନେ l ସେମିତି ଏକ ଅନୁଷ୍ଠାନ ବଂଚିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଏକ ସୁନ୍ଦର ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ମୌଳିକତା ଥିବା ନାଟକ ମଞ୍ଚସ୍ଥ ହେବା ଜରୁରୀ l
ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ପାଢ଼ୀ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଶିରୀଶ ଚନ୍ଦ୍ର ପୂଜାରୀ,ସୂର୍ଯ୍ୟ ପାଣିଗ୍ରାହୀ, ଅପର୍ଣ୍ଣା ପାଢ଼ୀ, ବିପିନ ବିହାରୀ ଦାସ ପ୍ରମୁଖ ନାଟ୍ୟକଳା ଓ ସମ୍ବଲପୁର ନାଟ୍ୟକଳା ପରିଷଦ ପ୍ରସଙ୍ଗ ରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ର ସହ ସମ୍ପାଦକ ବିରୁପାକ୍ଷ ପ୍ରଧାନ ନଭେମ୍ବର ୧୭ ତାରିଖ ଦିନ ଅନୁଷ୍ଠାନ ପକ୍ଷରୁ ଝାଡୁଆ ପଡା ଆରଣ୍ୟକ ମଞ୍ଚ ରେ ମଞ୍ଚସ୍ଥ ହେବାକୁ ଥିବା ବିରୁପାକ୍ଷ ପ୍ରଧାନ ଙ୍କ ରଚିତ ଓ ଦିଲିପ ଦେବ ଙ୍କ ଦ୍ୱାରା ନିର୍ଦେଶିତ “କଥାନୀ.. ଢଲତି ବେଲର ଓ ପ୍ରିୟମ ଜାନି ଙ୍କ ରଚିତ ଓ ପ୍ରଶାନ୍ତ ମହାରଣା ଙ୍କ ଦ୍ୱାରା ନିର୍ଦେଶିତ “ଦିଗଦର୍ଶକ” ମଞ୍ଚସ୍ଥ ହେବା ବିଷୟକୁ ସୂଚନା ଦେବା ସହ, ନାଟକର ସଫଳତା ଦିଗରେ କାର୍ଯ୍ୟ କରିବାକୁ ସଦସ୍ୟ ସଦସ୍ୟା ଙ୍କୁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ