Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଟଖା ଦୋକାନରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ଚଢ଼ାଉ l

ବୀର ମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜ ପୁର ଉପଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଗୁଟଖା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କୋଆର୍ଡ ଚଢାଉ କରି ଫାଇନ ଆଦାୟ କରିଛନ୍ତି। ସୂଚନା ମୁତାବକ ଉଲୁଣ୍ଡା ର ଗଣ୍ଡାବାହାଲ,ବ୍ଲକ ଛକ ଏବଂ ପୋଢଟିକିରା ଛକ ଠାରେ ଥିବା ୨୨ ଟି ଗୁଟଖା ଦୋକାନରେ ଗୁରୁବାର ଚଢାଉ କରି ୧୯୫୦ ଟଙ୍କା ଆଦାୟ କରିଥିବା ଜଣାପଡିଛି। ଏଥି ସହିତ ଦୋକାନ ଗୁଡିକରେ କୌଣସି ମାଦକ ଦ୍ରବ୍ଯ ବିକ୍ରୀ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମି ଦିନରେ ମାଦକ ଦ୍ରବ୍ଯ ବିକ୍ରିକଲେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଖାଦ୍ଯନିରାପତ୍ତା ଅଧିକାରୀଣି ସସ୍ମିତା ନାଏକଙ୍କ ନେତ୍ରୁତ୍ଵରେ ହୋଇଥିବା ଏହି ଚଢାଉରେ ସହ ପରିଚାଳିକା ଗିତାଞ୍ଜଳୀ ମେହେର, ଅବକାରୀ ବିଭାଗ ସୀତାରାମ ପଧାନ , ରାଜୀବ ପଧାନ ଏବଂ ପୋଲିସ ବିଭାଗର ସାଲିମା ମଲ୍ଲିକ ଏବଂ ଜୟରାମ ପଣ୍ଡା ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories