Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପବିତ୍ର ରାସ ପୂର୍ଣ୍ଣିମା ରେ ନାମ ସଙ୍କୀର୍ତ୍ତନ ଓ ଚା ବଣ୍ଟନ।

ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ରାସ ପୂର୍ଣ୍ଣିମା ମହା ଆଡ଼ମ୍ବରରେ ପାଳିତ ହେଉଥିବା ବେଳେ ମଠ କୁଣ୍ଡିସାହି ନାମ ସଙ୍କୀର୍ତ୍ତନ ଦେଖିବାକୁ ମିଳିଥିଲା। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପ୍ରାତଃ ସମୟରୁ ଗାଁ ର ବିରଷ୍ଠ ଆଧ୍ୟାତ୍ମିକ ଚେତନା ବ୍ୟକ୍ତି ମାନଙ୍କ ଦ୍ଵାରା ସଙ୍କୀର୍ତ୍ତନ କରି ଗାଁ ଭ୍ରମଣ କରାଯାଇଥିଲା। ସେହି ପରି ବଡ ରମ୍ପାସ ଗାଁ ରେ ଆଧ୍ୟାତ୍ମିକ ଚେତନାର ବ୍ୟକ୍ତି ଚକ୍ରଧର ସାହୁ  ସତ୍ୟ ସାଇ ସଂଗଠନ ପକ୍ଷରୁ ମାଗଣା ଚା ବଣ୍ଟନ କରିଛନ୍ତି। ଯାହାକୁ ନେଇ ବଡ ରମ୍ପାସ ଗ୍ରାମ କୁ ରାହାସ ପୂର୍ଣ୍ଣିମା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବେଶ୍ ଖୁସି ଅନୁଭବ କରିଥିଲେ।