Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୋଦୟ ପ୍ରବେଶିକା ପରୀକ୍ଷା ୮୦ ସିଟ ପାଇଁ ୨୫୭୫ ଜଣ ପରୀକ୍ଷା ଦେଲେ

ତରଭା,୨୯/୪ ତରଭା ଜବାହର ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ୨୫୭୫ ଜଣ ଛାତ୍ରଛାତ୍ରୀ ଶନିବାର ଆୟୋଜିତ ପ୍ରବେଶିକା ପରୀକ୍ଷା ଦେଇଛନ୍ତି।ଏଥିରେ ଡୁଙ୍ଗୁରିପାଲି ବ୍ଲକରୁ ସର୍ବାଧିକ ୭୦୫ ଜଣ ପରୀକ୍ଷା ଦେଇଥିବା ବେଳେ ଉଲୁଣ୍ଡା ବ୍ଲକରୁ ୩୧୧,ତରଭା ବ୍ଲକରୁ ୩୩୩, ବିଏମପୁର ବ୍ଲକରୁ ୩୪୬, ବିନିକା ବ୍ଲକରୁ ୩୮୦ ଓ ସୁବର୍ଣ୍ଣପୁର ବ୍ଲକରୁ ୫୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାଯାଇଛି।ଏହି ପରୀକ୍ଷା ପାଇଁ ତରଭାରେ ୩ଟି କେନ୍ଦ୍ର ଖୋଲା ଯାଇଥିବା ବେଳେ,ସୁବର୍ଣ୍ଣପୁରରେ ୩ଟି, ଡୁଙ୍ଗୁରିପାଲିରେ ୫ଟି, ବିନିକାରେ ୩ଟି, ବିଏମପୁରରେ ୩ଟି ଓ ଉଲୁଣ୍ଡାରେ ୩ଟି କେନ୍ଦ୍ର ଖୋଲାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜେଏନଭି ଅଧ୍ୟକ୍ଷ ଜୟରାମ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରବେଶିକା ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜେଏନଭି ଲାଇବ୍ରେରୀଆନ ରାକେଶ ଭୋଇ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଫିସ କର୍ମଚାରୀ,ବିଇଓ, ଏବିଇଓ,ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ