Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ଦୁଇ ବାର୍ ସିଲ୍

ଭୁବନେଶ୍ବର: ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ବରରେ ଦୁଇଟି ବାର୍ ସିଲ୍ । ଆମ୍ବିଆନ୍ସ ଓ ବାର୍ବୀ ବାର୍ ଉପରେ ଚଢ଼ାଉ କରି ସିଲ୍ କରିଛି ଅବକାରୀ ବିଭାଗ ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଳା ବାଟ ଦେଇ ଚାଲିଥିଲା ବାର । ଏପରିକି ବିନା ଅନୁମତିରେ ମହିଳାଙ୍କୁ ନିୟୋଜିତ କରାଯାଉଥିବା ଅବକାରୀ ବିଭାଗ ଖବର ପାଇଥିଲା । ଏହାକୁ ଆଧାର କରି ବିଭାଗୀୟ ଅଧିକାରୀମାନେ ଗତ ରାତିରେ ଦୁଇ ବାର ଉପରେ ହଠାତ ଚଢ଼ାଉ କରିଥିଲେ ।
ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ । ଯିଏ ବି ଆଇନ ଉଲ୍ଲଂଘନ କରିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ସୁପରିଟେଣ୍ଡେଣ୍ଟ କହିଛନ୍ତି ।