Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରୁ ସମ୍ପୂର୍ଣ୍ଣ ଭାବେ ହଟିଲା କର୍ଫ୍ୟୁ

ସମ୍ବଲପୁର: ଆଜି ସମ୍ବଲପୁରରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟାଇ ଦିଆଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁକୁ ହଟାଯାଇଥିଲା।

ହନୁମାନ ଜୟନ୍ତୀ ରାଲି ଅବସରରେ ଗତକାଲି ହୋଇଥିବା ଉତ୍ତେଜନା ଯୋଗୁ ସମ୍ବଲପୁର ଅଶାନ୍ତ ହୋଇପଡ଼ିଥିଲା। ଧୀରେ ଧୀରେ ପରିସ୍ଥିତି ସୁଧୁରୁଥିବାରୁ ଏବେ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି। ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେଉଥିବାବେଳେ ଓ କୌଣସି ଗଣ୍ଡଗୋଳ ଦେଖାନଦେବା ଫଳରେ ଜିଲ୍ଲା ପ୍ରଶାସନ ଏ ନିଷ୍ପତ୍ତି ନେଇଛି ।