Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଦ୍ଵିଦିବସୀୟ ସର୍ଗିଫୁଲ ମହୋତ୍ସବ ୨୦୨୪ ଉଦଯାପିତ… ସମସ୍ତ ଦିଗରେ ଅଭିନବ ଉତ୍କର୍ଷତା ଆବଶ୍ୟକତା ଅଟେ…ଉପଜିଲ୍ଲାପାଳ

ଜମନକିରା : ଜିଲ୍ଲା ସ୍ତରୀୟ ଦ୍ଵିଦିବସୀୟ ସର୍ଗିଫୁଲ ମହୋତ୍ସବ ୨୦୨୪ ଆଜି ଉଦଯାପିତ ହୋଇଯାଇଛି। ଆଜିର ଉଦଯାପନୀ ମହୋତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଡ. ଗୌରବମୟ ପ୍ରଧାନ ଯୋଗଦେଇ ପ୍ରଥମେ ଭଲିବଲ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ସଭା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କୁ ନିଜର ପ୍ରତିଭା କୁ ବଜେଇ ରଖିବାକୁ ହେବ। ନିଜର ଗୁରୁତ୍ୱକୁ ବେଢେଇ ବାକୁ ହେଲେ ସମସ୍ତ ଦିଗରେ ଅଭିନବ ଉତ୍କର୍ଷତା ଆବଶ୍ୟକତା ଅଟେ। ଏହା ହେଇ ପାରିଲେ ସଫଳତା ନିଶ୍ଟିତ ମିଳିବ ବୋଲି ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ କୋରାପୁଟ ଜିଲ୍ଲାର ପୂର୍ବତନ ସିଆଇ ତ୍ରିଲୋଚନ ପଟେଲ ଯୋଗଦେଇ ଛାତ୍ରିଛାତ୍ର ମାନଙ୍କୁ ଶିକ୍ଷା ସହ ଅନ୍ୟାନ୍ୟ ପ୍ରତିଭା ପ୍ରତି ମଧ୍ୟ ଧ୍ୟାନର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜମନକିରା ତହସିଲଦାର ହରେକୃଷ୍ଣ ବରିହା ଯୋଗଦେଇ ପାଠ ସହ ସାଠ ର ମଧ୍ୟ ଦରକାର ଅଛି। ପ୍ରତିଭାର ବିକାଶ ହିଁ ପ୍ରକୁତ ବିକାଶ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଡିଆଇ ନରେଶ ଖମାରୀ ଯୋଗଦେଇ ହାର ଜିତ ସବୁଠି ଅଛି, ତେବେ ହାର ପାଇଁ ମନ ଦୁଃଖ ନକରି ପ୍ରଚେଷ୍ଟା ଜାରି ରହିଲେ ସଫଳତା ଆପେ ଆପେ ଆସିବ ବୋଲି କହିଥିଲେ। ଭୋଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆଇରିନା ମିଞ୍ଜ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ କୁ କୁଚିଣ୍ଡା ଏକଲବ୍ୟ ସ୍କୁଲର ଅଧକ୍ଷ ଚକ୍ରଧର ମାଝୀ ପରିଚାଳନା କରିଥିଲେ। ମୋଚିବହାଲ ସ୍କୁଲ ସହକାରୀ ଶିକ୍ଷୟିତ୍ରୀ କୁନି ମିଶ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଥିରେ ସମ୍ବଲପୁର ଜିଲ୍ଲାର ୯ ଟି ବ୍ଲକର ମୋଟ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୧୨ଟି ଉଚ୍ଚ ବିଦ୍ୟାଳୟ, ୪୦ଟି ସେବାଶ୍ରମ ସ୍କୁଲ, ଅରବାନ ହଷ୍ଟେଲ ଏବଂ ଅନେଶ୍ୱାର ପ୍ରାୟ ୨ ହଜାର ପାଖାପାଖି ଛାତ୍ରିଛାତ୍ର ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଟିକିଲିପଡ଼ା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ନିରଞ୍ଜନ ସିଟ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଗତକାଲି ଉଦଘାଟନୀ ମହୋତ୍ସବ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ହେମସାଗର ଭୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଫାଶିମାଳ ଆଞ୍ଚଳିକ ମହାବିଦ୍ୟାଳୟର ଅଧକ୍ଷା ଜ୍ୟୋସ୍ନରାଣି ଦଳବେହେରା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଙ୍ଗଳ ଅଧିକାରୀ କୁଚିଣ୍ଡା ଅଲିଭା ନାୟକ, ସଦର ର ବିଜୟ ମେହେର, ସ୍କୁଲ ଡ଼ିଆଇ ନରେଶ ଖମାରୀ, ପ୍ରଧାନ ଶିକ୍ଷୟିତ୍ରୀ ଆଈରୀନା ମିଞ୍ଜ ପ୍ରମୁଖ ମଞ୍ଚଷିନ ଥିଲେ। କାର୍ଯ୍ୟକ୍ରମ କୁ ଷଣ୍ଢପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଜଗତ ପରିଚାଳନା କରିଥିବା ବେଳେ ଭୋଜପୂର ଉଚ୍ଚବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସଂଯୁଲତା ବାଘ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଟିକିଲିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉଭୟ କାର୍ଯ୍ୟକ୍ରମ ଶେଷରେ ଛାତ୍ରୀଛାତ୍ର ଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ମଧ୍ୟ ସ୍ଥାନ ପାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories