Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମ୍ବିଧାନ ଦିବସ

ଜମନକିରା: ଜମନକିରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ସମ୍ବିଧାନ ଦିବସ ପାଳନ କରାଯାଇଛି। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ସମ୍ବିଧାନ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏବିଡ଼ିଓ ରବୀନ୍ଦ୍ର ରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲିନି ସିଂ, ଏବିଇଓ ମନୋଜ ଭୋଇ, ଜିପିଡିଓ ଅଜୟ ଖଡିଆ, କୋଷାଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ଗୁରୁ ପ୍ରମୁଖ ସମ୍ବିଧାନ ଲେଖିଥିବା ମହା ଜନନାୟକ ବି.ଆର. ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ। ଶେଷରେ ଏବିଇଓ ଶ୍ରୀ ଭୋଇ ଧନ୍ୟବାଦ ଦେଇଥିବା ବେଳେ ବିଡ଼ିଓ ଶ୍ରୀ ସେଠୀ ସମସ୍ତଙ୍କ ମଙ୍ଗଳ କାମନା କରି ପଞ୍ଚାୟତ ସମିତି କୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣ ଙ୍କୁ ଆନ୍ତରିକତା ସହିତ ସହଯୋଗ ସେବା ଯୋଗାଇବା ନେଇ ପରାମର୍ଶ ଦେଇ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories