Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ତିନୋଟି ମଣ୍ଡିରେ ଆଜି ଧାନ କ୍ରୟ ର ଶୁଭାରମ୍ଭ ହେଲା, ୧୭ ଜଣ ଚାଷୀଙ୍କ ୧୬୧୧ ବସ୍ତା ଧାନ କ୍ରୟ ହୋଇଛି

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଫାଶିମାଲ, କୁଲୁଣ୍ଡି ଏବଂ ଜମନକିରା ଲ୍ୟାମ୍ପସ ଅଧୀନରେ ଥିବା ୩ଟି ମଣ୍ଡିରେ ଆଜି ୧୩ଜଣ ଚାଷୀଙ୍କ ଠାରୁ ମୋଟ ୧୬୧୧ ବସ୍ତା ଧାନ କ୍ରୟ କରାଯାଇଛି।
ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଜମନକିରା ବ୍ଲକ ଅଞ୍ଚଳରେ ଆଜି ୨୭ ତାରିଖ ଠାରୁ ମଣ୍ଡିର ଶୁଭାରମ୍ଭ ହୋଇଥିବା ବେଳେ ଫାସିମାଲ ଲ୍ୟାମ୍ପ୍ପ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ମଣ୍ଡିରେ ଜଣେ ଚାଷୀଙ୍କ ଠାରୁ ୧୭୦ ବସ୍ତା, ଜମନକିରା ଲ୍ୟାମ୍ପ୍ସ ଅନ୍ତର୍ଗତ ବଡ଼ମାଳ ମଣ୍ଡିରେ ୫ ଜଣ ଚାଷୀଙ୍କ ଠାରୁ ୭୩୭ ବସ୍ତା ଏବଂ ଡିମିରୀମୁଣ୍ଡା ମଣ୍ଡିରେ ୭ ଜଣ ଚାଷୀଙ୍କ ଠାରୁ ୭୦୪ ବସ୍ତା ଧାନ କ୍ରୟ ସଂସ୍ଥା ଦ୍ଵାରା କ୍ରୟ କରାଯାଇଛି। ସର୍ବ ମୋଟ ୧୩ ଜଣ ଚାଷୀଙ୍କ ଠାରୁ ୧୬୧୧ ବସ୍ତା ଧାନ କ୍ରୟ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ମଣ୍ଡି ଶୁଭାରମ୍ଭ ସମୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ଏବିଡ଼ିଓ ରବୀନ୍ଦ୍ର ରଣା, ଏଆରସିଏ ପ୍ରଦୀପ କୁମାର ପ୍ରଧାନ, ଆରଏମସି ସେକ୍ରେଟାରୀ କିଶୋର ନାୟକ ପ୍ରମୁଖଙ୍କ ସହ ଅନେକ ଲ୍ୟାମ୍ପାସ ର ଏମଡି, ମ୍ୟାନେଜର, ଅଧିକାରୀ, କର୍ମଚାରୀ, ଆରଏମସି ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଡିଓ କେତେକ ମଣ୍ଡିରେ ପୂଜାର୍ଚ୍ଚନା କରି ମଣ୍ଡିର ଶୁଭାରମ୍ଭ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories