Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ,ନିଜ ଦରମା ପଇସା ରୁ ଦାନ କଲେ ତିନୋଟି ବିଦ୍ୟାଳୟ କୁ ଶୀତଳ ପାନୀୟ ଜଳ ମ୍ୟାସିନ ପ୍ରଦାନ

ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ , ଠେଲକୋଲାଇ କୁ ବ୍ଲକ ତଥା ଜିଲ୍ଲା ର ପ୍ରଥମ ପ୍ଲାଷ୍ଟିକ୍ ମୁକ୍ତ ଏବଂ ଆବର୍ଜନା ମୁକ୍ତ ପ୍ରାଥମିକ ବିଦ୍ୟାଳୟର ଘୋଷଣା କରାଯାଇଥିଲା। ଏହି ସମାରୋହ ରେ ପ୍ରଥମେ ଅତିଥିମାନେ ମା ସମଲେଶ୍ୱରୀ ଓ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ଫୋଟୋ ରେ ମାଲ୍ୟାର୍ପଣ କରି ସଭା ଟିକୁ ଆଗେଇ ନେଇଥିଲେ। ଏହାକୁ ଫିଡବ୍ୟାକ୍ ଫାଉଣ୍ଡେସନର ପ୍ରକାଶ ପାଣି ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ  ଜେଏସଡବ୍ଲୁ (ସିଏସଆର ହେଡ) ଶ୍ରୀ ବିଶାଲ ରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଠେଲକୋଲୋଇ ସରପଞ୍ଚ ଶ୍ରୀମତୀ ଅବନ୍ତି ନାୟକ, ଠେଲକୋଲୋଇ ପି ଓ ବିଶ୍ଵଜିତ ଶର୍ମା,ରେଙ୍ଗାଲି ସି ଡ଼ି ପି ଓ ଜାମିନି ଓଢା, ଖିଣ୍ଡା ସି ଆର ସି ସୁନିତା ମ୍ୟାଡ଼ମ, ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ଡନସେନା ମଞ୍ଚାସିନ ଥିଲେ। ।  ଏହି ବିଦ୍ୟାଳୟ କୁ ପ୍ଲାଷ୍ଟିକ ଓ ଅଳିଆ ମୁକ୍ତ କରିବାରେ ଛାତ୍ରଛାତ୍ରୀ ଙ୍କ ଅନେକ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଗରୁ ହୋଇଯାଇଥିବା ଏକ କୁଇଚ ପ୍ରତିଯୋଗିତାର ଉତ୍ତୀନ୍ନ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ର ଦେବେନ୍ଦ୍ର ସାହୁ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର, ଠେଲକୋଲୋଇ ର ସାବିତ୍ରୀ ମ୍ୟାଡ଼ମ, ଗ୍ରାମର ୱାର୍ଡ ମେମ୍ବର, ଆଶା,ଆଙ୍ଗନବାଡି କର୍ମୀ ,ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷୟିତ୍ରୀ ତଥା କର୍ମଚାରୀ, ଫିଡ଼ବ୍ୟାକ ଫାଉଣ୍ଡେସନ ର କର୍ମକର୍ତ୍ତା ଓ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ଡନସେନା ନିଜ ପ୍ରଚେଷ୍ଟା ଓ ନିଜ ଖର୍ଚ୍ଚ ରୁ ଛାତ୍ରଛାତ୍ରୀ ମାନଙ୍କ ହିତରେ ଗ୍ରାମର ତିନୋଟି ଯାକ ବିଦ୍ୟାଳୟ କୁ ଗୋଟିଏ ଲେଖାଏଁ ୱାଟର ଫିଲଟର ଓ ଗୋଟିଏ ଲେଖାଏଁ ୱାଟର ଫ୍ରିଜ଼ର ପ୍ରଦାନ କରିଥିଲେ।ପରିଶେଷରେ ଫିଡବ୍ୟାକ୍ ଫାଉଣ୍ଡେସନ ସଂଗଠନର ସନ୍ତୋଷ କୁମାର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ