Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବେ ସରିବ ଜେଲ ଛକ ରୁ ଧନୁପାଲି ଛକ ରାସ୍ତା ଦୋହରୀକରଣ ନିର୍ମାଣ କାର୍ଯ୍ୟ?

ସମ୍ବଲପୁର:ବର୍ଷ ବିତିଗଲାଣି ତଥାପି ସାରିପାରୁନି ଜେଲ ଛକ ରୁ ଧନୁପାଲି ଛକ ଯାଏ ଦୁଇଥାକିଆ ରାସ୍ତା ଦୋହରୀକରଣ ନିର୍ମାଣ କାର୍ଯ୍ୟ l ଏଥିରୁ ସ୍ୱଷ୍ଟ ଅନୁମେୟ ଯେ ଜିଲ୍ଲା ପ୍ରଶାସନ ସମ୍ବଲପୁର ସହରର ବିକାଶ ପାଇଁ କେତେ ତତ୍ପର l ଦୁର୍ଭାଗ୍ୟ ର ବିଷୟ ଏହି ଯେ ଆଜିବି ଜମି ଅଭିଗ୍ରହଣ ଓ ଜବର ଦଖଲ ଉଛେଦ କାର୍ଯ୍ୟ ସାରିପାରିନାହିଁ ଜିଲ୍ଲା ପ୍ରଶାସନ l ଏବେ ବି ରାସ୍ତା ର ଦୁଇ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ହୋଇପାରିନାହିଁ, ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରିତ ହୋଇପାରିନାହିଁ l ବର୍ଷାଧିକ ସମୟ ହେଲା ଗୋବିନ୍ଦତୋଳା ବ୍ରିଜ ରୁ ଗୋବିନ୍ଦତୋଳା ବ୍ରିଜ ଯାଏ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ହୋଇପାରିନାହିଁ, ଯଦ୍ୱାରା ଏହି ଅଂଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛି l ସହରବାସୀ ଙ୍କର ପାଇଁ କାର୍ଯ୍ୟରତ ମହାନଗର ନିଗମ ଏତିପ୍ରତି ଏତେ ଉଦାସୀନ କାହିଁକି ବୋଲି ସାମାଜିକ ଅନୁଷ୍ଠାନ ସକ୍ଷମ ଗଭୀର ଉଦବେଗ ପ୍ରକାଶ କରିଛି l
ସବୁଠୁ ଆଶ୍ଚର୍ଯ୍ୟ ର ବିଷୟ ଏହିଯେ, ହାୱା ମୈଦାନ ପାଖରେ ଅବସ୍ଥିତ ଦ୍ୱାରି ଇଞ୍ଜିନିୟର୍ସ ଓ ଦ୍ୱାରି ପେଟ୍ରୋଲ ପମ୍ପ ସାମ୍ନା ରେ ଥିବା ଡ୍ରେନ ଓ ରାସ୍ତା ଅଧାପନ୍ତରିଆ ହୋଇ ପଡ଼ିରହିଛି l ଯଦ୍ୱାରା ରାସ୍ତା ଟି ଅଣଓସାରିଆ କାରଣରୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି l ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ମାପଜୁଖ ଲୋକ ଦେଖାଣିଆ କରାଯାଉଛି,ହେଲେ କୌଣସି ସମାଧାନ ହେବା ଦିଶୁନାହିଁ l ଯଦି ପ୍ରଶାସନ 72 ଫୁଟ ଚଉଡା ରାସ୍ତା ହେବା ନିୟମ କରିଛନ୍ତି ତ ଜମି ଗଲା କୁଆଡେ ବୋଲି ସକ୍ଷମ ପକ୍ଷରୁ କୁହାଯାଇଛି l ଗୋଟିଏ ପଟେ ଟି.ଭି.ଏସ. ସୋରୁମ ଭଙ୍ଗା ଯାଉଛି ଅନ୍ୟ ପଟେ ଇଣ୍ଡିଆ ବଜାର ଭଙ୍ଗା ଯାଉଛି ତ ସେହି ନିର୍ଦ୍ଧିଷ୍ଟ ସ୍ଥାନର ଜମିର ସରକାରୀ ଜମି ଗଲା କୁଆଡେ ବୋଲି ସକ୍ଷମ ପକ୍ଷରୁ ପ୍ରଶ୍ନ ହେଉଛି l କିଛି ଦିନ ପୂର୍ବରୁ ପାର୍ଶ୍ଵ ରେ ଥିବା ଟ୍ରାନ୍ସଫର୍ମର ଓ ସୋଲାର ପ୍ଲାଣ୍ଟ ଚାରିପଟେ ପାଣି ଜମିଥିଲା l ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କର ଦୃଷ୍ଟି ଆକର୍ଷଣ କଲା ପରେ ଦୂଷିତ ପାଣି ନିଷ୍କାସନ ହେଲା, ହେଲେ ସମସ୍ୟା ର ସମାଧାନ ହୋଇପାରିଲା ନାହିଁ l ଏମିତି ଦ୍ୱାରି ଇଞ୍ଜିନିୟର୍ସ ଆଗରେ ଯେମିତି ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି l ସୂଚନା ଯୋଗ୍ୟ ଯେ, ଦୀର୍ଘ ୫ ଦିନ ହେଲା ୧0 ମିଟର ର ଡ୍ରେନ ନିର୍ମାଣ ପାଇଁ ରାତିରେ ରାସ୍ତା ବନ୍ଦ କରାଯାଉଛି, ତଥାପି ହେଇନି ଡ୍ରେନ ର ନିର୍ମାଣ l
ସରକାରୀ ନିୟମ ଜଣକ ପାଇଁ ଅନ୍ୟ ଜଣକଠୁ ଅଲଗା କାହିଁକି l ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସମାନ ନଜର ରେ ଦେଖୁ ବୋଲି ସକ୍ଷମ ଜିଲ୍ଲା ପ୍ରଶାସନ ପାଖରେ ଦାବୀ ଜଣାଇବା ସହ ଏହି ଦୀର୍ଘ ମିଆଦି ରାସ୍ତା ନିର୍ମାଣ କାର୍ଯ୍ୟ କୁ ଅନ୍ତିମ ରୂପ ଦେବାକୁ ପଦକ୍ଷେପ ନେବାକୁ ନିବେଦନ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ