ବୃଦ୍ଧାଙ୍କ ମୃତ୍ୟୁ ପରେ ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା….


ଲକ୍ଷ୍ମୀପୁର ୦୨/୧୨ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଂଚାୟତର କେଲୁବାଡ଼ି ଗାଁର ୭୦ ବର୍ଷୀୟ ସିତାରାମ ମେଲେକା ଙ୍କ ର ଆଜି ତାଙ୍କର ଦେହାନ୍ତ ହୋଇଯାଇଛି ସତ ହେଲେ ଜୀବିତ ଥିବା ବେଳେ କଷ୍ଟ ଉପାର୍ଜିତ ଟଂକା ମାଟି ତଳେ ପୋତି ଦେଇଥିଲେ ମୃତ୍ଯୁ ପୂର୍ବରୁ ଉକ୍ତ ପୋତା ଟଙ୍କା ବାହାର କରି କୁଡ଼ିଆରେ ରଖିଥିବା ସମ୍ପର୍କୀୟ ଙ୍କୁ କହିଥିଲେ I କାହିଁକି ଓ କଣ ପାଇଁ ପୋତିଛନ୍ତି ତାହା ସ୍ବର୍ଗତ ସିତାରାମଙ୍କୁ ହିଁ ଜଣା.. ହେଲେ ପରିବାର ସ୍ୱଜନ ଙ୍କ କହିବା ଅନୁଯାୟୀ ମୃତ ସୀତାରାମ ଙ୍କ ତିନିପୁଅ ଓ ଗୋଟିଏ ଝିଅ ଥିବାବେଳେ ସେ ଗାଁ ଠାରୁ ପ୍ରାୟ ଦୁଇକିମି ଦୂର ପାହାଡିଆ ଜଙ୍ଗଲ ମଧ୍ୟରେ ନିଜ ଜମିରେ ପତ୍ନୀ ସୋମୀ ମେଲେକାଙ୍କ ସହ ପ୍ରାୟ ବାର ବର୍ଷ ହେବ କୁଡ଼ିଆ ଘରେ ରହୁଥିଲେ I ଦୁହିଁଙ୍କ ଭତ୍ତା ସହ ଚାଷରୁ ଯାହା ରୋଜଗାର ହେଉଥିଲା ଚଳିବା ପାଇଁ କିଛି ରଖି ସମସ୍ତ ଟଙ୍କା କୁ କାହାକୁ ନ ଦେଇ ଗାତ ଖୋଳି ପୋତିକି ରଖୁଥିଲେ I ଗତ କାଲି ସେ ଅସୁସ୍ଥ ହେବାରୁ ପୋତି ଥିବା ଟଙ୍କା ବାହାର କରି କୁଡ଼ିଆ ର ଗୋଟିଏ ସ୍ଥାନରେ ରଖି ଥିଲେ I ମୃତ୍ଯୁ ପୂର୍ବରୁ ଉକ୍ତ ଟଙ୍କାକୁ କୁଡ଼ିଆ ଭିତରେ ରଖିଥିବା କହି ଆଖି ବୁଜି ଥିଲେ I ମୃତ୍ଯୁ ପରେ ଖୋଜାଖୋଜି ପରେ 32000/- ହଜାର ଟଙ୍କାକୁ ଘର ଲୋକେ ପାଇଥିଲେ I କିନ୍ତୁ ଟଙ୍କା ସବୁ ଚଳିବା ଅବସ୍ଥାରେ ଆଉ ନ ଥିଲା I ତେବେ ଆଉ କିଛି ସୁନା ଓ ଟଙ୍କା ରଖିଥିବା ସନ୍ଦେହ କରୁଥିବା ବେଳେ ସେ ସମ୍ପର୍କରେ ମୃତ ସୀତାରାମ ପତ୍ନୀଙ୍କୁ ମଧ୍ୟ କହିନଥିବା ତାଙ୍କ ପତ୍ନୀ ସୋମୀ କହିଛନ୍ତି I ଉଦ୍ଧାର ହୋଇଥିବା ସମସ୍ତ ଟଙ୍କା ମାଟିରେ ଓ ଉଇ ଖାଇ ନଷ୍ଟ ହୋଇଯାଇଛି।
ଆଜି କା ଦୁନିଆରେ ଟଂକା କାହାକୁ ବା ଦରକାର୍ ନାହିଁ.. ପିଲା ଠାରୁ ବୁଢ଼ା… ଅବା ଧନି ଠାରୁ ଗରିବ… ଟଙ୍କା ର ଏମିତି ଆବଶ୍ୟକୟ ଅଛି କଳ୍ପନା ବି କରିହେବ ନାହିଁ.. ଜୀବନ ଥିବା ବେଳେ ଅୟେସ ଜୀବନ ଅତିବାହିତ ପାଇଁ ଟଙ୍କା ର ଭୂମିକା ଅତି ଗୁରୁତ୍ଵ ପୂର୍ଣ୍ଣ ଅଟେ… ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେଉଁ ଟଂକା ଆମ୍ଭ ମାନଙ୍କ ପାଇଁ ଅତି ମୂଲ୍ୟବାନ ତାହା ଏଠି ମାଟି ଖାଉଛି , ହଜାର କି ଦୁଇ ହଜାର ନୁହେଁ ହଜାର ହକାର ଟଙ୍କା … ଏ ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ… କିନ୍ତୁ ଆଶ୍ଚର୍ୟ୍ଯ ହେଲେ ବି ଏହା ନିରାଟ ସତ୍ୟ… କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ର ଏହି ଅଭାବନୀୟ ଦୃଶ୍ୟକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି I ବର୍ତମାନ ର ଡିଜିଟାଲ ଯୁଗରେ ଟଙ୍କା ରଖିବା ପାଇଁ ଅନେକ ପ୍ରକାର ସୁବିଧା ଥିବା ସତ୍ୱେ ଏପରି ନିରୀହ ଲୋକ ଏବେ ବି ରହିଛନ୍ତି ଏହି ଘଟଣା ହିଁ ସ୍ପଷ୍ଟ କରୁଛି I