Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଆଁ ଲଗାଇଲେ ଦୁର୍ବୃତ୍ତ, ପାଉଁଶ ହୋଇଗଲା ୨ ଶହ ବସ୍ତାରୁ ଅଧିକ ଧାନ

ବଲାଙ୍ଗୀର: ଧାନ ଖରିରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ପାଉଁଶ ହୋଇଗଲା ୨ ଶହରୁ ଅଧିକ ବସ୍ତାର ଧାନ । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପରଧିଆପାଲିରେ ।
ଅଭିଯୋଗ ଅନୁସାରେ, ପରଧିଆାପାଲିର ଚାଷୀ ବାସୁଦେବ ବହରିପାଲଙ୍କ ଖଳାରେ ଥିବା ଧାନ ଖରିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଫଳରେ ବାସୁଦେବଙ୍କ ୫ ଏକର ଜମିରେ ଅମଳ ହୋଇଥିବା ପ୍ରାୟ ୨ ଶହ ବସ୍ତା ଧାନ ପୋଡ଼ି ପାଉଁଶ ହୋଇଯାଇଛି । ସକାଳୁ ଖରିରେ ନିଆଁ ଲାଗି ଥିବା ଦେଖି ସ୍ଥାନୀୟ ଲୋକେ ଓ ବାସୁଦେବଙ୍କ ପରିବାର ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ପୂରା ଖରି ପୋଡି ଯାଇଥିଲା ।