Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁଝର ତାରିଣୀ ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଜଳିଗଲା ଭୋଗ ଦୋକାନ

ଭୋଗ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ଭୋଗ ପୋଡ଼ି ନଷ୍ଟ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଘଟଗାଁ ମା’ ତାରିଣୀ ପୀଠରେ ଘଟିଛି ଅଭାବନୀୟ ଘଟଣା। ମନ୍ଦିରର ଦୁଇ ନମ୍ୱର ଗେଟ୍ ସମ୍ମୁଖ ଭୋଗ ଦୋକାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡ ହେବା ଫଳରେ ୧୫ରୁ ଉର୍ଦ୍ଧ୍ବ ଭୋଗ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିଥିବାବେଳେ ଦୋକାନ ଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଛି।