Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘାଟିରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ : ଜଣେ ଆହତ

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ଟ୍ରାକ୍ଟର ଓଲଟି ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ଚାରିପଡା ଗ୍ରାମର ପ୍ରବୀଣ ଜାନି(୩୨)। ଆହତ ହେଲେ ଅଜିତ୍ ଦଳବେହେରା। ସୂଚନା ଅନୁଯାୟୀ, ଉଭୟେ ପ୍ରବୀଣ ଏବଂ ଅଜିତ ଟ୍ରାକ୍ଟର ଯୋଗେ ଗାଡିଆପଡା ରୁ ବାଲି ଆଣିବାକୁ ଯାଉଥିବାବେଳେ ଗାଡିଆପଡା ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ପ୍ରବୀଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତ ଅଜିତଙ୍କୁ ଉଦ୍ଧାର କରି ଖଜୁରୀପଡ଼ା ମେଡିକାଲ ନେଇଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଏସଆଇ ଦୀନବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଘଟଣା ସ୍ଥଳରେ ଏମଭିଆଇ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।