ବିଦ୍ୟୁତ ତାର ଚୋରି ସନ୍ଧେହରେ ଗାଡି ସହ ଡ୍ରାଇଭରକୁ ଅଟକ ରଖିଲେ ଗ୍ରାମବାସୀ ା


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବଲାରଙ୍ଗା ହାଇସ୍କୁଲ୍ ଛକ ଠାରେ ଟାଟାପାୱାର ଲେଖା ଥିବା ଏକ ତାର ବୋଝେଇ ପିକଅପ ଗାଡ଼ି କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଗାଡ଼ି ରେ ଥିବା ଡ୍ରାଇଭର ଓ ଗାଡ଼ିକୁ ଅଟକ ରଖିଛନ୍ତି । ବଲାରଙ୍ଗା ଗ୍ରାମର ଆଖ ପାଖ ଅଞ୍ଚଳରେ ପୂର୍ବରୁ ବହୁ ଥର ବିଦୁତ୍ ଖୁଣ୍ଟ ଭାଙ୍ଗି ୧୧ କେଭି ବିଦ୍ୟୁତ୍ ତାର ଚୋରୀ ମଧ୍ୟ ହୋଇସାରିଥିବ ବିନିକା ଥାନାରେ ଅଭିଯୋଗ ହୋଇସାରିଛି । ତେଣୁ ଆଜି ଟାଟା ପାୱାର ଲେଖା ଥିବା ଏକ ବୋଲେରୋ ପିକଅପ ଗାଡି ସେହି ଅଞ୍ଚଳରେ ବୁଲୁଥିବାର ଅଞ୍ଚଳବାସି ଦେଖିବା ପରେ ଅଟକାଇଥିଲେ । ସେମାନଙ୍କ ପାଖରୁ କୌଣସି ସଠିକ ଉତ୍ତର ନପାଇବାରୁ ଚୋରି କରୁଥିବା ସନ୍ଧେହ କରିଥିଲେ ଓ ବିନିକା ପୋଲିସ କୁ ଖବର ଦେଇଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ଫଳରେ ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ଉତ୍ତେଜନା କୁ ପ୍ରଶମିତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।