Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବି.ଆର୍.ଜି କଲେଜ ଭୋଜପୁରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଜମନକିରା : ଜମନକିରା ବ୍ଲକ ବିଆରଜୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଭୋଜପୁରରେ ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଳଙ୍କ ନେତୃତ୍ୱରେ ତଥା ଖେଳ ଶିକ୍ଷକ ଦେବେନ୍ଦ୍ର ନାଏକ ତତ୍ତ୍ଵାବଧାନରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମାପନ ହୋଇ ଯାଇଛି। ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଗତ କାଲି ଉଦଘାଟନୀ ଦିବସରେ ମୁଖ୍ୟଅତିଥି ଭାବରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜେର ରଜତ ଦାସ ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳ ଉଦଘାଟନ କରିଥିଲେ। ଆଜି ଶେଷ ଦିନ ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଡାକ୍ତର ଶରତ ଚନ୍ଦ୍ର ଦେହୁରୀ ଯୋଗଦେଇ ଶାରୀରିକ ଓ ମାନସିକ ସ୍ତରରେ ଖେଳର ଉପଯୋଗୀତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଅଧ୍ୟକ୍ଷ ଶ୍ରୀ ମହାକୁଳ ଖେଳକୁ କେବଳ ଯେ ଜିତିବାର ମାନସିକତା ନେଇ ନ ଖେଳି ନିଜ ଶରୀରକୁ ସୁସ୍ଥ ରଖିବାର ମାନସିକତା ନେଇ ଯଦି ଖେଳିବା ତାହେଲେ , ଆମେ ସମସ୍ତେ ଖେଳିବା ଓ ସୁସ୍ଥ ରହିବା ବୋଲି ଛାତ୍ରଛାତ୍ରୀମାନଂକୁ ବୁଝାଇଥିଲେ। ଅଧ୍ୟାପକ ତପନ କୁମାର ଜୟପୁରିଆ ସୁନ୍ଦର ଭାବରେ ଖେଳ ପରିଚାଳନାରେ ସାହାର୍ଯ୍ୟ କରିବାର ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ଅଧ୍ୟାପକ ଘାସିରାମ ବାରିକଙ୍କ ତତ୍ୱାବଧାନରେ ଏହି କ୍ରୀଡା ପ୍ରତିଯୋଗିତା ପରିଚାଳନା ହୋଇଥିଲା। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories