Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ମହୋତ୍ସବ- ୨୦୨୫, ଜାତୀୟ ସୁନାମ ପାଇଁ ପ୍ରୟାସ କରାଯିବ: ଶ୍ରୀ ସୁଶାନ୍ତ ସାବତ

ବ୍ରହ୍ମପୁର:ବହୁ ପ୍ରତିକ୍ଷିତ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ସାଂସ୍କୃତିକ ମହୋତ୍ସବ ଜନସାଧାରଣ ଙ୍କ ଅନୁରୋଧ କ୍ରମେ ଆସନ୍ତା ନୂତନ ବର୍ଷ ରେ ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ଜାନୁୟାରୀ ରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡି ରେ ମହା ସମାହାରରେ ଆୟୋଜନ କରାଯିବ। ପ୍ରତ୍ୟେକ ଦିନ ରାଜ୍ୟସରକାରଙ୍କ ସସ୍କୃତିକ ବିଭାଗ ଦ୍ଵାରା ପ୍ରେରିତ ସମ୍ବଲପୁରୀ, ଧେମସା, ଗୋଟି ପୁଅ, ଛଉ ନୃତ୍ୟ ସହ ଅଞ୍ଚାଲେ ଲୋକ ନୃତ୍ୟ ଓ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦକ୍ଷିଣ ଓଡ଼ିଶା ର ସାମୁହିକ ବିକାଶ ତଥା ପର୍ଯ୍ୟଟନ ସାଂସ୍କୃତିକ ସ୍ବାସ୍ଥ୍ୟ ଶିକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ମାନ୍ୟବର ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଟ ଗଣ ମାଧ୍ୟମ ,ସାହିତ୍ୟିକ, ଅଭିନେତା ମାନଙ୍କୁ ବିଭିନ୍ନ ଦିନରେ ଅତିଥି ଭାବେ ନିମନ୍ତ୍ରଣ କରାଯିବାସହ ମହୋତ୍ସବ କୁ ପ୍ରସାଶନିକ, ପୋଲିସ, ମହାନଗର ନିଗମ ଓ ସମସ୍ତଙ୍କ ସହୋଜୋଗରେ ଜାତୀୟ ସ୍ତରରେ ପରିଚିତ କରାଯିବ ବୋଲି ଆୟୋଜକ ତଥା ଜାତୀୟ ସ୍ତରର ବିଶିଷ୍ଟ ସଂଗଠକ ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ପ୍ରକାଶ କରିଛନ୍ତି।
ବିଭିନ୍ନ କିଷମ ର 150 ରୁ ଉର୍ଦ୍ଧ ଷ୍ଟଲ ଖୋଲାଯିବା ସହ ଓଲିଉଡ଼ ବଲିଉଡ କଳାକାର ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ରେସ୍ପନ୍ସ ଇଭେଣ୍ଟ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବିଶଙ୍କର ପ୍ରକାଶ କରିଛନ୍ତି।
ବ୍ରହ୍ମପୁର ମହୋତ୍ସବ ସହର ତଥା ଦକ୍ଷିଣ ଓଡ଼ିଶା ର ସ୍ୱାଭିମାନ ଓ ଏହାର ଆୟୋଜନ ରେ ଅଞ୍ଚଳ ର ଅର୍ଥନୀତି ବିକାଶ ସହ ସଂସ୍କୃତି, ପର୍ଯ୍ୟଟନ କଳାକାର ର ବିକାଶ ଜଡ଼ିତ ଏଣୁ ଏହାକୁ ସବୁ ସ୍ତରରେ ସମସ୍ତେ ସହୋଯୋଗ କରାଯିବ ବୋଲି ଆଜି ସ୍ଥାନୀୟ ରାଜସ୍ବ ବଙ୍ଗଳା ସମ୍ମିଳନୀ ପ୍ରକୋଷ୍ଟ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶିଷ୍ଟ ବ୍ୟକ୍ତି ମାନେ ପ୍ରତିଶ୍ରୁତି ଦେଇଥିଲେ। ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାସ ମହାରଣା, ପ୍ରମେୟ ଡିଜିଏମ ଶ୍ରୀ ଅମ୍ବିକା ଦାସ, ଗଞ୍ଜାମ ବାର ଏସୋଷିଏସନ୍ ସଭାପତି ଶ୍ରୀ ନୟନ ମହାପାତ୍ର, ପ୍ରେସ କ୍ଳବ୍ ସଭାପତି ଶ୍ରୀ ଅଶୋକ ବ୍ରହ୍ମା, ସମ୍ପାଦକ ଶ୍ରୀ ପ୍ରହ୍ଲାଦ ସାହୁ, ବରିଷ୍ଟ ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା, ପ୍ରଶାସକ ଶ୍ରୀ ବିନୋଦ ବେହେରା,ବବିତା ପାତ୍ର, ବଦ୍ରିନାଥ ପାତ୍ର, ଦଣ୍ଡପାଣି ନାୟକ, ପି ବୁଚି ବାବୁ, ଶ୍ରୀ ଲୋକନାଥ ମିଶ୍ର, ସୁଭାଷିନୀ ପଟ୍ଟନାୟକଙ୍କ ସମେତ ବହୁ ସାମ୍ବାଦିକ, ସଂଗଠକ, ବିଶିଷ୍ଟ ନାଗରିକ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ମହାନ୍ ସଂଘ ସାଧାରଣ ସଂପାଦକ ଶ୍ରୀ ପ୍ରସାନ୍ତ ପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଲେ ମହୋତ୍ସବ ସମ୍ପାଦକ ଶ୍ରୀ ଗୋପାଳ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶ୍ରୀ ଚିତ ରଞ୍ଜନ ପ୍ରଧାନ, ଡ ସନ୍ଧ୍ୟାରଣି ପଟନାୟକ, ଶ୍ରୀ ଶିବରାମ ଚଉଧୁରୀ, ଶ୍ରୀକାନ୍ତ ସାବତ, ସସ୍ମିତା ମିଶ୍ର, ସାଧନା ପାଢ଼ୀ, ନିବେଦିତା ପାଢ଼ୀ, ମନୁ ପାଢ଼ୀ, ବିଭୂତି ସାବତ, ପ୍ରଦୀପ ଚୌଧୁରୀ, ଅନନ୍ତ ପ୍ରଧାନ, ନାରାୟଣ ମହାକୁଡ଼, ଅନିଲ ପାତ୍ର, ନମିତା ରାଣୀ ରାଉତ, ସସ୍ମିତା ଶର୍ମା, ଦେବିପ୍ରଭା ରଥ, ସୁଡ଼ିପା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶତାଧିକ ବୁଦ୍ଧି ଯିବି ଯୋଗଦେଇ ବ୍ରହ୍ମପୁର ମହୋତ୍ସବ ସଫଳ କାମନା କରିଥିଲେ। ଶେଷରେ ସହ ସମ୍ପାଦକ ଶ୍ରୀ ପ୍ରକାଶ ଵଜନି ଧନ୍ୟବାଦ୍ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories