Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୈଶୋର ସ୍ୱାସ୍ଥ୍ୟହିଁ ଏକ ପରିବାର ପାଇଁ ଅମୂଲ୍ୟ ସମ୍ପଦ

ଜମନକିରା : ମହିଳା ଓ ଶିଶୁ ବିକାଶ ପାଇଁ କୈଶୋର ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଗଲେ ସମାଜ ଗଠନରେ ଏକ ସୁସ୍ଥ ପରିବେଶ ହୋଇପାରିବ ଓ ପାରିବାରିକ ସ୍ୱାସ୍ଥ୍ୟ ବିକାଶରୁ ଦେଶ ଓ ଜାତି ସମୃଦ୍ଧିଶାଳୀ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ସଚେତନତା ସଭାରେ ଡାକ୍ତର ରାଜାରାମ ଷଡଙ୍ଗୀ କହିଛନ୍ତି। ଅମୃତ ମହୋତ୍ସବ ପାଳନ ଅବସରରେ ଯୁଯୋମୁରା ବ୍ଲକର ବିରସିଙ୍ଗଗଡ ପଞ୍ଚାୟତର ବସିଆପଡା ଓ ଛାମୁଣ୍ଡା ପଞ୍ଚାୟତର ରାଜିବ ଭବନ ଠାରେ ମଧ୍ୟାହ୍ନ ଓ ଅପରାହ୍ନରେ ୨ଟି ପୃଥକ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ଏମସିଏଲ ସହଯୋଗରେ ବାଏଫ ଆୟୋଜନ କରିଥିଲେ। ଶିଶୁ,ମହିଳା ଏବଂ କୈଶୋର ସ୍ୱାସ୍ଥ୍ୟକୁ ନେଇ ବ୍ୟକ୍ତିଗତ ପରିଚ୍ଛନ୍ନତା, ପୃଷ୍ଟିକର ଖାଦ୍ୟ, ଜୀବନ କୌଶଲ, ଦିନ ଓ ରାତ୍ର ଚର୍ଯ୍ୟା ଭଳି ଗୁରୁତ୍ଵପୁର୍ଣ୍ଣ ଦିଗକୁ ଧ୍ୟାନ ଦେବାକୁ ସଚେତନତା ସଭାରେ ଗୁରୁତ୍ୱ ଦିଆଯାଇଥିଲା। ସଭାପରେ ମହିଳା, କିଶୋର, କିଶୋରୀଙ୍କ ଓଜନ, ଉଚତା, ରକ୍ତଚାପ ପ୍ରଭୃତି ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳରେ ପଥ୍ୟାପଥ୍ୟ ଓ ଔଷଧ ପରାମର୍ଶ ଦିଆଯାଇଥିଲା। ଏହାକୁ ବାଏଫର ସିନିଅର ପ୍ରୋଜେକ୍ଟ ଅଫିସର ସୁରଜ ପାଟିଲ, ପ୍ରୋଜେକ୍ଟ ଅଫିସର ପବନ କୁମାର ବଟକ, ଜଏଣ୍ଟ ପ୍ରୋଜେକ୍ଟ ଅଫିସର ସ୍ମିତାରାଣୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବସିଆପଡାରେ ସିଆରପି କୈଳାଶ ଚନ୍ଦ୍ର ସେଠ, ଛାମୁଣ୍ଡାରେ ସିଆରପି ଜସ୍ମିତା ଗନିକ ଓ ସୌଦାମିନୀ ପ୍ରଧାନ ସହଯୋଗ କରିଥିଲେ। ଏଭଳି ସ୍ୱାସ୍ଥ୍ୟ ସଚେତନ ଓ ଶିବିରକୁ ଉଭୟ ସ୍ଥାନରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ