ତଲାବିରା କପ – ୨୦୨୪ ଉଦ୍ଘାଟିତ


ଖିଣ୍ଡା ଗ୍ରାମପଂଚାୟତ ଅନ୍ତର୍ଗତ ତଲାବିରା ଗ୍ରାମ ଜଟିଆ ପିପଲ ଖେଳ ପଡିଆରେ ୧୮ ତମ ନିଉ ଷ୍ଟାର କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି. ଆଜିର ମେଚରେ ରାଉରକେଲା ର ଇରଫାନ- ୧୧ ଦଳ ରାଉରକେଲାର ମାରୁତି- ୧୧ ଦଳକୁ ୮ ଵିକେଟ ରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହଇଛି. ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଓଡ଼ିଶାର ୧୬ଟି ପ୍ରମୁଖ ଦଳ ଭାଗ ନେଇଛନ୍ତି. ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ NLC ର ମୁଖ୍ୟ ମହା ପ୍ରବନ୍ଧକ ଚିରକୁ ଦୟାନନ୍ଦ ତଥା ସମ୍ମାନିତ ଅତିଥି ଭାବେ ଅଦାନୀ ର ପ୍ରୋଜେକ୍ଟ ହେଡ଼ ପ୍ରସନ୍ନ ପଣ୍ଡା , ଜି ଏମ ମାଇନ୍ସ ଡି କେ ଝା , ଭି ଏସ ଏସ ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ବବଲୁ ରାଉତ , ପୂର୍ବତନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ଯୋଗ ଦେଇଥିଲେ . ତଲାବିରା କ୍ରିକେଟ କ୍ଲବର ସଦସ୍ୟ ମାନେ ଖେଳ କୁ ପରିଚାଳନା କରୁଛନ୍ତି.